Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ସ୍ୱପ୍ନକୁ ସତ କରିବା - ସରୀତା ମହାନ୍ତି


ସପନ ଦେଖେଇ ହୃଦକୁ ଜିଣିଲ
     ହୃଦୟରେ ଘର କଲ,
ଭଲପାଅ କେତେ ଜଣାଇଲ ମୋତେ
     ନିଜର ବି କରି ନେଲ  ।

ପ୍ରିତୀର ପରସ ପାଇଗଲାପରେ
     ଖୁସିରେ ନାଚିଉଠିଲି,
ସତ୍ୟ କିମ୍ବା ସ୍ୱପ୍ନ ଭାବିବସି ମୁହିଁ
     ମନକୁ ପ୍ରଶ୍ନ କରିଲି   ।

ତୁମ ଆମ ପ୍ରେମ ସତ ଯେ ହୋଇବ
     ଦୁନିଆକୁ ଜଣାଇବା,
ଦୁଇଟି ମନକୁ ଏକତ୍ର କରିଣ
    ଦିନେ ଏକ ହୋଇଯିବା  ।

ଘରପରିବାର ,ବନ୍ଧୁପରିଜନେ
   ସମସ୍ତଙ୍କୁ ଜଣାଇବା,
ଦୁଇ ମନଯେବେ ଏକହୋଇଗଲା
      ଆମେ ବା କଣକରିବା   ।

ଭଲପାଇବାର ଦୃଷ୍ଟାନ୍ତ ଯେ ଦେବା
      ଦୁନିଆକୁ ଜଣାଇବା,
ପାଇବାର କିଛି  ଆଶା ରଖିବାନି
      ନିଃ ସ୍ୱାର୍ଥପର ହୋଇବା   ।

ତ୍ୟାଗ ମନୋଭାଭାବ ଦୁହେଁ ଯେରଖିବା
     ବିଶ୍ୱାସ ବି ଦୃଢ ଥିବ,
ଯେତେ ଝଡଝଞାଜା ଆସିଲେ ଜୀବନେ
    ହୃଦ କେବେ ନ ଭାଙ୍ଗିବା  ।

ସପନ ଦେଖିବା ପୂରଣ କରିବା
    ଆଗକୁ ଆଗେଇ ଯିବା,
ଯୋଡା ସହ ପରା ଘୋଡା ନୁହେଁ ସରି
    ସଫଳ ନିଶ୍ଚେ   ହୋଇବା ।

ସରୀତା ମହାନ୍ତି, ଶିକ୍ଷୟିତ୍ରୀ
ବାଲିଆପାଳ, ବାଲେଶ୍ୱର

Post a Comment

0 Comments