Information

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଶୁଭ ଦୀପାବଳୀ - ରାହାସ କୁମାର ବେହେରା


ଅନ୍ତର ଆତ୍ମାରେ ଆଜିର ଦୀପାଳି
ଜଳୁଛି ଅତି ନିଷ୍ଠାରେ
ପଞ୍ଚ ଆତ୍ମାମୋର ପଞ୍ଚ ମୁରୁଜରେ
ପଞ୍ଚୁକେ ଶୋଭା ଦିଶେରେ  ।
ଶରୀର ମୋହର ପୂଜାର ମନ୍ଦିର
ଆତ୍ମା ରାମ ଜପୁ ଥାଇ
ବିବେକ ପାବନି ଚବିଶ ପ୍ରହର
ନାମ ସଂକୀର୍ତ୍ତନ ଗାଇ ।
ପବିତ୍ର ସ୍ନାହାନେ ଆହ୍ଲାଦେ ସଜାଇ
ବିଭୁ ପାଦରେ ସୁମନ ।
ସ୍ମରଣ ମାତ୍ରକେ ଦିଵ୍ୟ ଦରଶନ
ଚିତ୍ତେ  ଚିନ୍ତନ ମନନ ।
ଅନ୍ତର ଚକ୍ଷୁରେ ଅଜସ୍ର ଦୀପାଳି
ଜାଳେ କାୟ ବାକ୍ୟ ଦେଇ
ସ୍ୱୟଂ ପରଂବ୍ରହ୍ମ ଜଗତ କରତା
କ୍ଲେଶେ ମାତ୍ର ପାପ ଧୋଇ ।
ଘର ଅଗଣାରେ ଜାଳେ ଦିବ୍ୟଜ୍ୟୋତି
ଲୋଭ ମୋହକୁ ଦୁରେଇ
ସ୍ନେହ ପ୍ରେମ ପ୍ରିତି ଅନ୍ତରେ ଝରାଏ
ସଭିଙ୍କ ସ୍ୱାଗତ ପାଇଁ ।
ମିଠାମିଠା କଥା ଅମୃତ ପରାୟେ
ହୋଇ ସ୍ୱାଗତ ବାରତା
ଅଭିନନ୍ଦନର ନିର୍ଝାସ ଆଲୋକେ
ଗାଏ ପାର୍ବଣ କବିତା ।
ବଡ଼ବଡୁଆଙ୍କୁ ଅୟୂତ ଜୁହାର
ବାଇଶି ପାହାଚେ ଥାଇ
କାଉଁରୀଆ ଜାଳି ଆଶିଷ ମାଗଇ
ସୃଷ୍ଠିର ମଙ୍ଗଳ ପାଇଁ।
ଦିନ ଦରିଦ୍ରଙ୍କୁ ଦାନ ଧର୍ମ କର୍ମେ
ଦୀପାବଳୀ ଯେ ପାଳନ
ଆଲୋକର ପର୍ବ ତେବେହିଁ ସଫଳ
ଅତି ଶାଶ୍ୱତ ଶ୍ରଦ୍ଧାର ।

ରାହାସ କୁମାର ବେହେରା
ଵାଲ୍ୟମ୍ବା, ଭାପୁର, ଢେ଼ଙ୍କାନାଳ -୭୫୯୦୧୫
ଦୂରଭାଷ :୯୭୭୬୮୯୩୩୪୮

Post a Comment

0 Comments