Information

"ସ୍ଵାଗତିକା" ସାହିତ୍ୟ ପତ୍ରିକା ନିମନ୍ତେ ଇ-ମେଲ, ହ୍ଵାଟସଆପ ଓ ଡାକ ମାଧ୍ୟମରେ କବିତା ପଠାନ୍ତୁ । କବିତା ପଠାଇବାର ଶେଷ ତାରିଖ ୩୦/୧୧/୨୦୧୮ ଏବଂ କବିତାର ପରିଧି ୧୬ ରୁ ୨୦ ଧାଡି ମଧ୍ୟରେ ରହିବା ଆବଶ୍ୟକ । Email - swagatika.nishikanta@gmail.com / WhatsApp - 8018646704 / By Post - The Chief Editor, Swagatika, At - Lokipur, PO - Gadamanatir, Dist - Khordha, Pin-752062, Odisha.

ଶୁଭ ଦୀପାବଳି - ସଦାନନ୍ଦ ସାହୁ


ଶୁଭ ଦୀପାବଳି  ପରବ ସମୃଦ୍ଧି
ସଂସ୍କୃତି ବିଭବ ଛବି ,
ପରମ୍ପରାଗତ ଏ ମହାପରବ
 ଭାରତୀୟ ମହାଭବି ୲ ୲

ପୂର୍ବଜ ପିତୃଜ ସ୍ମୃତିର ପ୍ରତୀକ
  ଦୀପାଲୋକେ ଆବାହନ ,
ଆଲୋକର ପର୍ବ କରଇ  ସ୍ଵାଗତ
  କୃପାକର  ସ୍ଵର୍ଗ ଜନ ୲ ୲

ସ୍ଵର୍ଗାବତରଣ କର ପ୍ରିୟଜନ
   ଶୁଭ ଅବସରେ ଆଜ ,
ଦେଖି ଯାଅ ଥରେ  ବେନି ନୟନରେ
   କୁଳର  ଗାରିମା କାର୍ଯ୍ୟ ୲ ୲

ଆଲୋକେ ଆସିବ  ତମସାରେ ଯିବ
  କୋଟି ଆଶିର୍ବାଦ ଦେଇ
ତଵ ଶୁଭ ଦୃଷ୍ଟି    ଅତୁଲ୍ୟ ପୀରତି
  ମଙ୍ଗଳ ବିଧାନ ପାଇଁ  ୲ ୲

 ପ୍ରଦୀପ ଜଳୁଛି  ସ୍ଵର୍ଣ୍ଣ ବିଭାବରି
  ରାମ ନାମ  ଭକ୍ତି ଅର୍ଘ୍ୟ  ,
ଶାରଦୀୟ ସ୍ମୃତି ଲିଭିତ ଯାଇନି
  ଅବଲୋକନ ରେ ସ୍ଵର୍ଗ  ୲ ୲

ପିଷ୍ଟକ ମିଷ୍ଠକ   ପ୍ରସ୍ତୁତି ପରବ
   ଧନ ଲକ୍ଷ୍ମୀ ବିରାଜିତା ,
ସୁଖ ସମୃଦ୍ଧି ର   ବିଜୟ ପରବ
   ଦୀପାବଳି ସ୍ଵର୍ଣ୍ଣ ଚିତା  ୲ ୲

କୁଳର ଚନ୍ଦ୍ରମା  ମହାରାଣୀ ସୀତା ,
 ଦୀପ୍ତିମୟୀ କୁଳ ବଧୂ ,
ଉଦ୍ଧରିଲେ ପ୍ରଭୁ ଅଯୋଧ୍ୟା ନରେଶ
 ପାରି ହୋଇ ସପ୍ତ ସିନ୍ଧୁ ୲ ୲

ଦୀପାବଳି  ଦିନ ରାବଣ ନିଧନ
  ଆଲୋକିତ ବଜ୍ରବାଣ ,
ମର୍ଯାଦା ପୁରୁଷ ପ୍ରଭୁ ରାମ ଚନ୍ଦ୍ର
  କରିଥିଲେ ମହା ରଣ ୲ ୲

ପ୍ରଥା ପରମ୍ପରା ସଂସ୍କୃତି ନିଆରା
ଭରତୀୟ ଭାବ ଧାରା ,
ଦୀପାବଳି  ଶ୍ରେଷ୍ଠ   ପରବେ ବଳିଷ୍ଠ
ବ୍ରହ୍ମାଣ୍ଡେ   ବିଦିତ ପରା  ! !

ମା' ଧନ ଲକ୍ଷ୍ମୀ  ଏ ଶୁଭ ଦୀପାବଳୀ
 ଥାଉ ତଵ ଆଶିର୍ବାଦ ,
ମାଆ ମହାକାଳୀ   ଦୁଃଖ ଯାଉ ଟଳି
  ଖେଳି ଯାଉ ସୁଖ ହ୍ରଦ  ୲ ୲

ସଦାନନ୍ଦ ସାହୁ 
ଧୁରୁଷୀଆ,  ଆଠଗଡ, କଟକ

Post a Comment

0 Comments