
ଚାଷୀଙ୍କ ଉପରେ ଅତ୍ୟାଚାର ଦେଖି
ଲାଗେ ଏ ସର୍କାର ଗଣ୍ଡ ,
କେପିଟାଲେ ଦେଖି ଚାଷୀଙ୍କ ର ରୁଣ୍ଡ
କାମ କଲାନାହିଁ ମୁଣ୍ଡ ।
ପ୍ରତିଶୃତି ସବୁ ଭଣ୍ଡ ,
କୃଷି ମନ୍ତ୍ରୀ ଙ୍କ ଡାଇଲଗ ଶୁଭୁନି
ଖୋଲୁନି କି ଆଜି ତୁଣ୍ଡ ?
ଚାଷୀଙ୍କୁ ଟିକିଏ ଉଣ୍ଡ ,
ଚାଷୀ ଏ ରାଗିଲେ ଉପାଶେ ମରିବ
ଯୋଜନା ବି ହବ ପଣ୍ଡ ।
ରାଜେନ୍ଦ୍ର ନାରାୟଣ ସେନାପତି
ପାଇକତିଗିରିଆ, ଖୋର୍ଦ୍ଧା