ସଂସାର ସାଗର - ଜୟସେନ ପ୍ରଧାନ

0
ସୁନୀଳ ସାଗରେ ଯଥା ଖେଳୁଥାଏ ମୀନ। ନୀଳାକାଶେ ଖେଳୁଥାନ୍ତି କୋଟି ତାରାଗଣ।। ପରନ୍ତୁ ତାରକାଗଣ ନ ଦିଅନ୍ତ୍ୟାଲୋକ। ସୁଖାଲୋକ ବିଛୃରିତ ମାତ୍ର ଚନ୍ଦ୍ର ଏକ।। ରତ୍ନାକର ବକ୍ଷେ ଯଥା ଖେଳୁଥାଏ ମୀନ। ନୀଳାମ୍ବରେ ଚଳୁଥାନ୍ତି କୃଷ୍ଣ ଘନମାନ।। କି ସୁନ୍ଦର ଦୃଶ୍ୟ ସେହି ଗଗନ ବକ୍ଷରେ। କ୍ଷଣିକେ ଚକିତେ ଶୋଭେ ବିଜୁଳି ଶବ୍ଦରେ।। ଭୋ! ସାଗର ସମ୍ରାଟ ବରୁଣ ଦେବତା। ସାଗର ବକ୍ଷରେ ତୁମେ ହୁଅ ଆତଯାତ।। ଘନନୀଳ ଗଗନେର ଚିତ୍ତ ମେ ଚକିତ। ଭ୍ରମର ସମାନ ଭ୍ରମେ ନୟନ ପଲକ।। ନୀଳାମ୍ବରେ ଚନ୍ଦ୍ରାଲୋକ ଦୃଷ୍ଟ୍ବା ଚିତ୍ତ ମମ। ମହାନନ୍ଦେ ନାଚୁଥାଏ ମଧୁପଦଳ ସମ।। ରଖ ହେ ସୃଷ୍ଟିପାଳକ ସଂସାର ତାରକ। ତବ କୃପାବଳେ ଏହି ସଂସାର ସୃଜିତ।। ତବ କୃପା ବିନୁ କେହି ସଂସାର ଅନ୍ତରେ। ଜୀବୀତ ରହିତ ଭବେ ଉତ୍କଳ କ୍ରୋଡରେ।। ହେ ପ୍ରଭୋ! ସୃଷ୍ଟିର ନାଥ ଘେନ ଏ ମିନତି। ତବ କରକମଳେ ଚଳୁ ସଂସାର ଗତି।।

ଜୟସେନ ପ୍ରଧାନ ମାଳତେନ୍ତୁଳିଆ, ପୋଲସରା, ଗଞ୍ଜାମ

Post a Comment

0Comments
Post a Comment (0)