Information

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ବନ୍ଧୁ - ସାଗର ପ୍ରଧାନ


ତୁମେ ମୋର ବନ୍ଧୁ ଆନ ନାହିଁ ବନ୍ଧୁ
ସାରା ଜୀବନ କୁ ବାନ୍ଧିଛି ବନ୍ଧ
ତୁମେ ମୋର ଯଦି  ସାଥୀ ରେ ନଥିବ
କିଏ ଦେବା ମୋ ଶବ କୁ କାନ୍ଧ।

ଜାଣେ ନାହିଁ ବନ୍ଧୁ କି ଭାବ ବନ୍ଧନ
ବାନ୍ଧିଲ ମୋର ଜୀବନେ ଆସି
ସମ୍ପର୍କ ବନ୍ଧନ ହେଉଛି ନିବିଡ଼
କାଳ  ସ୍ରୋତରେ ଅଛିଡା ରଶି।

ରକ୍ତ ର ସମ୍ପର୍କ ନାହିଁ ଆମ ମଧ୍ୟେ
ତଥାପି ତମେ ଅତି ନିଜର
କହିବା ଆଗରୁ ମନ କଥା ଜାଣ
ସା ଥି ତୁମେ ମୋ ସବୁ ସ୍ଥିତିର।

ରହି ଥାଉ ଆମ ମଧ୍ୟ ରେ ସମ୍ପର୍କ
ସାରା ଜୀବନ ଅତୁଟ ହୋଇ
ମିଳୁ ଥାଉ ମୋତେ ତୁମ ପରି ବନ୍ଧୁ
ସବୁ ଜନ୍ମରେ ଛାଇ ଟି ହୋଇ।

ସାଗର ପ୍ରଧାନ, ଗଂଜାମ
ମୋ-୯୧୨୪୭୭୬୨୮୭

Post a Comment

0 Comments