ନାରୀ ନିର୍ଯ୍ୟାତନା - ଜିତେନ୍ଦ୍ର ସାହୁ

0

ଅନେକ ରୂପରେ ଏ ଧରାପୃଷ୍ଠରେ
    ନାରୀଙ୍କର ଅଵସ୍ଥାନ,
ନାରୀ ଯେ ଜନନୀ ଅଟଇ ଭଗିନୀ
     ଜାୟା ରୂପେ ପାଏ ସମ୍ମାନ,,।।
ସ୍ନେହ ମମତାର ପ୍ରତୀକ ସ୍ଵରୂପ
      ଵିଶାଳ ତାଙ୍କ ହୃଦୟ,
ଅଧୁନା ଯୁଗରେ ସେଇ ନାରୀ କିନ୍ତୁ
      ହେଉଛନ୍ତି ପରାଜୟ,,।।
ଵାର୍ଦ୍ଧକ୍ୟ କାଳରେ ଜନନୀ ଖୋଜୁଛି
      ସେନେହ ମମତା ଟିକେ,
କେତେ ଯେ ଭଗିନୀ ଧର୍ଷିତା ହୁଅନ୍ତି
       ଧର୍ଷଣକାରୀଙ୍କ ଭୋକେ,,।।
ଯଉତୁକ ପାଇଁ ନଵ ଵଧୂ ହତ୍ଯା
        ଗର୍ଭ ମଧ୍ୟେ କନ୍ୟା ଭ୍ରୁଣ,
ସଭିଏଁ ପାଆନ୍ତି ନିର୍ଯ୍ୟାତନା ଏଠି
        ଜଣଙ୍କ ପରେ ଯେ ଜଣ,,।।
ନାରୀକୁ ଭାଵନି ଅଵଳା ଦୁର୍ଵଳା
    ନାରୀ ଅଟେ ନାରାୟଣୀ,
ଯୁଗଯୁଗ ପାଇଁ ସର୍ଵ ପୂଜିତା ସେ
     ଶକ୍ତିରୂପା ସ୍ଵରୂପିଣୀ,,।।
ନାରୀ ଵିନା ଏଇ ସଂସାର ଅଚଳ
     କରନି ଚରିତ୍ରହିନା,
ଲାଞ୍ଛିତ ଶୋଷିତ କରି କୁକାର୍ଯ୍ୟ
      ଦିଅନାହିଁ ନିର୍ଯ୍ୟାତନା,,।।

ଜିତେନ୍ଦ୍ର ସାହୁ
ମାଳ ତେନ୍ତୁଳିଆ, ପୋଲସରା, ଗଞ୍ଜାମ

Post a Comment

0Comments
Post a Comment (0)