Information

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ସତ ଆଇନା - ପ୍ରଶାନ୍ତ କୁମାର ସାହୁ


ସ୍ବଚ୍ଛତାରେ ମାଖିହୋଇ
ଯେବେ ଦେଖେ ନିଜ ପ୍ରତିଛବି
ଚାହାଣୀରେ ପଢ଼ିଯାଏ
ପିଠିର ଇତିହାସ ପୃଷ୍ଠା,
କଟା ଦାଗ ଧାରେ ଥାଇ
ବୁଝିଯାଏ ତାନତୋଡ଼ର ପ୍ରହାର
କିପରି ସହିଛି ଛାତି
କିଛି କିଛି ପିଠି ଥାପୁଡ଼ାର
ଅସ୍ପଷ୍ଟ ଶବ୍ଦ ଶୁଣି !
ବିତିଯାଏ ଅମା ଅନ୍ଧକାର
ଆପେଆପେ ନିଃସଂକୋଚେ
ପଲକର ଅଳସ ବଳୟ ବାହାରେ...
ଛୋଟଛୋଟ ଆଲୁଅ ବିନ୍ଦୁର
କୌତୁକିଆ ପ୍ରଶ୍ନ ବି କାନ୍ଦି ଉଠେ
କାଳେ କିଏ ଉତ୍ତରଟିଏ ଦେବ ରଖି
ସତ ଆଇନାକୁ ଶତ ଖଣ୍ଡ କରି ।

ପ୍ରଶାନ୍ତ କୁମାର ସାହୁ, ଛତ୍ରଗଡ଼, ଖୋର୍ଦ୍ଧା

Post a Comment

0 Comments