Information

କାର୍ତ୍ତିକ ପୂର୍ଣ୍ଣିମା - ସରୋଜ କୁମାର ଜେନା


ଧନ୍ୟ ମହାପ୍ରଭୁ ତୁମେ ସୃଷ୍ଟି କରତା
ଓଡ଼ିଶାରେ ପୂଜା ପାଅ ହୋଇ ଦେବତା ॥୧॥
ତୁମର ସୃଷ୍ଟିରୁ ଜନମ ବାର ମାସ
ଶ୍ରେଷ୍ଠ ମାସ ଋପେ ଖ୍ୟାତ କାର୍ତ୍ତିକ ମାସ ॥୨॥
ଧରମ ମାସ ରୂପେ ଜାଣିଛନ୍ତି ଜନ
କାର୍ତ୍ତିକ ମାସେ ରାନ୍ଧନ୍ତି ହବିଷ ଅନ୍ନ  ॥୩॥
ବରଷ ଯାକର ଯେତେ ପାପ କରମ
କାର୍ତ୍ତିକ ମାସେ ଅର୍ଜିବ କିଛି ଧରମ  ॥୪॥
କର ନାହିଁ କାର୍ତ୍ତିକେ ଆମିଷ ଭୋଜନ
ଏ କଥାକୁ ମନେ ରଖିଥିବ ଶୁଦ୍ଧି ଜନ ॥୫॥
କାର୍ତ୍ତିକ ମାସର ପ୍ରତିଟି ସୋମବାର
ବଡ଼ ଓଷା କରି ପାଅ ଶିବଙ୍କ ଵର    ॥୬॥
ସାହା ହୋଇଥିବେ ବାବା ଧବଳେଶ୍ବର
କାର୍ତ୍ତିକ ମାସେ ବାବା କରୁଣା ଅପାର  ॥୭॥
ପୂର୍ଵ ଆକାଶେ ଉଦୟ ହେବେ ସୁରୁଜ
ବୃନ୍ଦାବତି ମୂଳେ ପକାଇବ ମୁରୁଜ     ॥୮॥
ପ୍ରାତଃ ସ୍ନାନ କରି ପୂଜିବ ସୂର୍ଯ୍ୟ ଦେଵ
ସକଳ ଦୁର୍ଦ୍ଦଶା ସର୍ବ ହ୍ରାସ ହୋଇବ  ॥୯॥
ବଗ ପକ୍ଷୀ ତ୍ୟାଗ କରେ ଆମିଷ ଭୋଜନ
କାର୍ତ୍ତିକ ମାସର ପଞ୍ଚୁକ ପାଞ୍ଚ ଦିନ  ॥୧୦॥
ପଞ୍ଚୁକ ଶେଷ ଦିନଟି ପୂର୍ଣ୍ଣିମା ଜାଣ
ଆକାମା ଵୋଇ ଛାଡ଼ିନ୍ତି ଓଡ଼ିଆ ଜନ ॥୧୧॥
ଧନ୍ୟ ଓଡ଼ିଆ ଧନ୍ୟ ଆମର ପରଵ
ଏ ମାଟିରେ ଜନ୍ମ ହୋଇ କରୁ ଗରଵ  ॥୧୨॥
ସୁଖ ଶାନ୍ତିରେ ପାଳ କାର୍ତ୍ତିକ ପୂର୍ଣ୍ଣିମା
ସଦା ଥାଉ ଜଗନ୍ନାଥ ତୁମ ମହିମା   ॥୧୩॥

ସରୋଜ କୁମାର ଜେନା
ଗ୍ରାମ-ବାଲିଝରୀ, ବ୍ଲକ-ନରସିଂହପୁର,
ଜିଲ୍ଲା-କଟକ, ପିନ୍-୭୫୪୦୩୭

Post a Comment

0 Comments