Information

ଭୀଷ୍ମ ପଞ୍ଚକ - ସସ୍ମିତା ସାହୁ


ଭୀଷ୍ମ ପଞ୍ଚକର ମାହାତ୍ମ୍ୟ ରହିଛି
ଆମରି ହିନ୍ଦୁ ଧର୍ମରେ ,
କାର୍ତ୍ତିକ ମାସର ଶେଷ ପାଞ୍ଚ ଦିନ
ନାମିତ ଏହି ନାମରେ II
ଶୁକ୍ଲପକ୍ଷ ଏକାଦଶୀ ଦିନ ଏହା 
ଆରମ୍ଭ ହୁଅଇ ପୁଣି,
କାର୍ତ୍ତିକ ପୁର୍ଣିମା ଦିନ ଶେଷ ହୁଏ
ଏହି ପଞ୍ଚୁକଟି ଜାଣି  II
ମହାଭାରତର ଯୁଦ୍ଧରେ  ପାଣ୍ଡବ
ବିଜୟ ଲଭିଲା ପରେ ,
ତାଙ୍କୁ ନେଇ କୃଷ୍ଣ ଯାଇଥିଲେ ଦିନେ
ଭୀଷ୍ମଙ୍କୁ ନିକଟରେ II
ଭୀଷ୍ମ ଶୋଇଥିଲେ ତାଙ୍କରି ନିର୍ମିତ
ଶରର ଶଯ୍ୟା  ପରେ,
ସୂର୍ଯ୍ୟ ଉତ୍ତରାୟଣ ଦେଖିବା ପାଇଁକି 
ଥିଲେ ସେ ପ୍ରତୀକ୍ଷାରେ II
ଶ୍ରୀକୃଷ୍ଣ ଭୀଷ୍ମଙ୍କୁ କଲେ ଅନୁରୋଧ
ଦେବା ପାଇଁ କିଛି ଜ୍ଞାନ ,
ରାଜ ଧର୍ମ, ବର୍ଣ୍ଣ ଧର୍ମ ,ମୋକ୍ଷ ଧର୍ମ
ଜ୍ଞାନ କରିଥିଲେ ଦାନ II
ଏକାଦଶୀ ଠାରୁ ପୁର୍ଣିମା ଯାଏଁ
ଥିଲା ଯେଉଁ ପାଞ୍ଚଦିନ,
ସେହିଦିନ ଭୀଷ୍ମ କୃଷ୍ଣପାଣ୍ଡବଙ୍କୁ
ଦେଇଥିଲେ ସେହି ଜ୍ଞାନ II
ସେହି ପାଞ୍ଚଦିନ କୃଷ୍ଣ ରଖିଥିଲେ 
ଭୀଷ୍ମ ପଂଚକ ନାମେ,
ଭୀଷ୍ମ କରିଥିଲେ ଏହି ବ୍ରତ ବୋଲି
ଲେଖା ହୋଇଛି ପୁରାଣେ II
ଏହି ବ୍ରତ କଲେ ଆଶୀର୍ବାଦ ମିଳେ
ପାପରୁ ମୁକ୍ତି ମିଳେ,
ସ୍ଵସ୍ଥ ଶରୀର ସ୍ଵସ୍ଥ ମନ ଆଉ
ସଦ୍ଗତି ପ୍ରାପ୍ତି ଫଳେ II
ଏହି ପାଞ୍ଚ ଦିନ ଯେଉଁ ଜୀବ ପୁଣି
ନ ଭୁଞ୍ଜଇ  ଆମିଷ, 
ପୂଣ୍ୟଫଳ ମିଳେ ଆଶାବାଦୀ ହୁଏ
ବଢ଼ଇ ପୁଣି ଆୟୁଷ II
ଏହି ବ୍ରତ ଅଟେ କଲ୍ୟାଣକାରୀ
ବ୍ରତୀ  ମାନଙ୍କ ପାଇଁ ,
କାର୍ତ୍ତିକମାସରେ ବୁଡ଼ ପକାଇଲେ
ପୂଣ୍ୟଫଳ ସଦା ପାଇ II

ସସ୍ମିତା ସାହୁ
ନାଶିକ, ମହାରାଷ୍ଟ୍ର

Post a Comment

0 Comments