
ଏ ନୀଳ ବରନେ ଲୁଚି ରହିଅଛି
ଅନ୍ତହୀନ ସାରା ସୃଷ୍ଟି,
ମନଜିଣା ଦୁଇ ନୟନରେ ତୁମ
ଅସୀମ କରୁଣା ଦୃଷ୍ଟି ।
ଆହେ ସର୍ବ ଶକ୍ତିମାନ,
କୀଟୁ ବ୍ରହ୍ମଯାଏ ସର୍ବଵ୍ୟାପୀ ତୁମେ
ସବୁ ଅଟେ ତୁମ ଦାନ ।
ତୁମେ ପରମାତ୍ମା, ମୁହିଁ ଏକ ଆତ୍ମା
ତୁମରି କ୍ଷୁଦ୍ର ସ୍ୱରୂପ,
ତୁମ ଦ୍ୱାରା ଭବେ ପ୍ରେରିତ ହୋଇକି
କରୁଛି କାର୍ଯ୍ୟକଳାପ ।
ନୁହେଁ ମୁଁ ବିବେକ ହୀନ,
ତୁମରି ନାମକୁ ସ୍ମରଣ କରିକି
ସାରୁଅଛି ରାତି-ଦିନ ।
ତୁମ ପ୍ରୀତିଅର୍ଥେ କରମ କରୁଛି
ରଖି ପୂର୍ବକଥା ଧ୍ୟାନ,
ତ୍ୟାଗ କରିଅଛି ମାନସ ପଟରୁ
ଗର୍ବ, ଦମ୍ଭ-ଅଭିମାନ ।
କରିଥାଅ ମୋତେ ଦୟା,
ତୁମ ପଦେ ଚିତ୍ତ ରହିଥାଉ ଜଡ଼ି
ନ ଲାଗୁ ସଂସାର ମାୟା ।
ବି. ନିରୁପମା
ମାମୁରିଆ, ଛେଣ୍ଡିପଦା, ଅନୁଗୋଳ
0 Comments
ବଣମଲ୍ଲୀର ମହକ ତାହାର ପାଠକ ପାଠିକା ମାନଙ୍କ ନିକଟରୁ ସର୍ବଦା ଗଠନମୂଳକ ମତାମତ ଆଶା କରିଥାଏ । ଯାହାକି ଜଣେ ସ୍ରଷ୍ଟାଙ୍କୁ ଉଚିତ ମାର୍ଗ ପ୍ରଦର୍ଶନ କରିବାରେ ସକ୍ଷମ ହୁଏ । ଯଦି Anonymous User ଭାବେ ଆପଣ ଉପରୋକ୍ତ ବିଷୟଟି ଉପରେ ନିଜର ମତାମତ ପ୍ରଦାନ କରିବାକୁ ଚାହୁଁଛନ୍ତି, ତେବେ ନିଜର ମତାମତ ତଳେ ଆପଣଙ୍କ ନାମ ଓ ଠିକଣା ପ୍ରଦାନ କରିବାକୁ ଅନୁରୋଧ ।