Information

"ସ୍ଵାଗତିକା" ସାହିତ୍ୟ ପତ୍ରିକା ନିମନ୍ତେ ଇ-ମେଲ, ହ୍ଵାଟସଆପ ଓ ଡାକ ମାଧ୍ୟମରେ କବିତା ପଠାନ୍ତୁ । କବିତା ପଠାଇବାର ଶେଷ ତାରିଖ ୩୦/୧୧/୨୦୧୮ ଏବଂ କବିତାର ପରିଧି ୧୬ ରୁ ୨୦ ଧାଡି ମଧ୍ୟରେ ରହିବା ଆବଶ୍ୟକ । Email - swagatika.nishikanta@gmail.com / WhatsApp - 8018646704 / By Post - The Chief Editor, Swagatika, At - Lokipur, PO - Gadamanatir, Dist - Khordha, Pin-752062, Odisha.

ତୁ ମୋ ନୟନତାରା - ପ୍ରଶାନ୍ତ କୁମାର ନାଥ


ଯେବେ ଠୁଁ ଆସିଲୁ ଜୀବନେ ମୋହର
ନୂଆ ଏକ ଆଶା ନେଇ
ସେବେଠାରୁ ସତେ ବଞ୍ଚି ମୁଁ ରହିଛି
କେବଳ ତୋହରି ପାଇଁ ।
ତୁ ପରା ସାଜିଛୁ ହସ ଖୁସି ମୋର
ତୁ ମୋର ନୟନ ତାରା
ତୁ ପରା ମୋହର ବରଷାକୁ ଛତା
ଶୀତ ସକାଳର ଖରା ।
ମନରେ ଭରିଛୁ ବଞ୍ଚିବାର ରାହା
ନୂଆ ଆଶା ଆଶ୍ୱାସନା
ଘଡ଼ିଏ ତୋଠାରୁ ଦୁରେଇ ରହିଲେ
ହୋଇଯାଏ ଆନମନା ।
ଜୀବନଟା ମୋର ସାଥିରେ ତୋହର
ମମତା ଡୋରୀରେ ବନ୍ଧା
ସ୍ନେହ ମମତାର ଅପୂର୍ବ ବନ୍ଧନେ
ସେ ପରା ହୋଇଛି ଛନ୍ଦା ।
ଯେତେଦିନ ଥିବ ଦେହରେ ଜୀବନ
ତୋ ପାଇଁ ଥିବ ସେ ରହି
ଜୀବନରେ ମୋର ଆସିଛୁ ସତେ ତୁ
ଆତ୍ମାର ପ୍ରଦୀପ ହୋଇ ।

(ନିଜ କୁନି ପୁଅ ଉଦ୍ଦେଶ୍ୟରେ କବିଙ୍କ କବିତା)

ପ୍ରଶାନ୍ତ କୁମାର ନାଥ
ପ୍ରୀତିପୁର, ଯାଜପୁର

Post a Comment

0 Comments