Information

"ସ୍ଵାଗତିକା" ସାହିତ୍ୟ ପତ୍ରିକା ନିମନ୍ତେ ଇ-ମେଲ, ହ୍ଵାଟସଆପ ଓ ଡାକ ମାଧ୍ୟମରେ କବିତା ପଠାନ୍ତୁ । କବିତା ପଠାଇବାର ଶେଷ ତାରିଖ ୩୦/୧୧/୨୦୧୮ ଏବଂ କବିତାର ପରିଧି ୧୬ ରୁ ୨୦ ଧାଡି ମଧ୍ୟରେ ରହିବା ଆବଶ୍ୟକ । Email - swagatika.nishikanta@gmail.com / WhatsApp - 8018646704 / By Post - The Chief Editor, Swagatika, At - Lokipur, PO - Gadamanatir, Dist - Khordha, Pin-752062, Odisha.

ସ୍ୱାର୍ଥପର - ସରୋଜ କୁମାର ଜେନା


ସ୍ୱାର୍ଥର ମାୟାରେ ବନ୍ଧା ଏ ଦୁନିଆ
କେହି ନୁହେଁଇ କାହାର ,
ଅର୍ଥର ମୋହରେ ସମସ୍ତେ ବଇଆ
ବନ୍ଧୁ ହୋଇଯାଏ ପର ।
ଅର୍ଥ ଥିଲା ଯାଏ ସମସ୍ତେ ନିଜର
ଅର୍ଥ ସରିଗଲେ ପର ,
ଅଣ୍ଟି ଛୁରି ଏଠି ତଣ୍ଟି କାଟୁଥାଏ
ସାଜି ନିତି ଦୁରାଚାର ।

ସରୋଜ କୁମାର ଜେନା 
ବାଲିଝରୀ, ନରସିଂହପୁର, କଟକ
ମୋ-୮୦୧୮୫୨୬୫୩୬

Post a Comment

0 Comments