Information

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଆଦିମାତା - ଶରତ ଚନ୍ଦ୍ର ଜାଲି


ଅଜ୍ଞାନନାଶିନୀ ଶାନ୍ତି ପ୍ରଦାୟିନୀ
ମହିଷାସୁର ମର୍ଦ୍ଦିନୀ
କାଶତଣ୍ଡି ଫୁଲେଫୁଲେ ମା ହସୁଛୁ
ତୋ ଲାଗି ହସେ ଧରଣୀ ॥

ଜଗତଜନନୀ ସଂକଟମୋଚନୀ
ଜୟ ଜୟ ଦୁର୍ଗା ମାଆ
ପାର୍ବଣ ପରବେ ତୋର ଆଗମନେ
ଶୁଭାଶିଷେ ହୁଅ ସାହା ॥

ତିନିପୁରେ ତୋର ଡାକପଡିଅଛି
ମା ତୋର ଆଗମନେ
ତ୍ରାହିତ୍ରାହି ଶଦ୍ଦେ ମେଦିନୀ କମ୍ପୁଛି
ବାଜେ ଢୋଲ ସଂକୀର୍ତ୍ତନେ ॥

ଜଗତଜନନୀ ଜଗତ ରଖିବୁ
ନୋହିଲେ ଯିବୁଟି ଭାସି
ସୁର,ନର,ନାଗଲୋକ ଆମେ ଯେତେ
 ତୋ ଚରଣ ଦାସଦାସୀ ॥

ତୁ ଏକା ଭରସା ଜୀବନେ ମରଣେ
ଆଦିମାତା ପୌର୍ଣ୍ଣମାସୀ
ଶରଣ ନେଲୁ ତୋଚରଣ କମଳେ
ପାପତାପ ଦେବୁ ନାଶି ॥

ଶରତ ଚନ୍ଦ୍ର ଜାଲି,
ପଥରା, ଖଲିକୋଟ

Post a Comment

0 Comments