ବାତ୍ୟା ଜନିତ ଅସୁବିଧା କାରଣରୁ କ୍ଷୁଦ୍ରଗଳ୍ପ ଓ କବିତା ପ୍ରତିଯୋଗିତାର ଫଳାଫଳ ମେ - ୧୦ ତାରିଖ ପରିବର୍ତ୍ତେ ଚଳିତ ମାସ ୩୧ ତାରିଖ ସୁଧା ଘୋଷଣା କରାଯିବ । ଏବଂ ଚଳିତ ମାସ ୨୩ ତାରିଖ ଠାରୁ କବିର ଘର ପ୍ରସ୍ତୁତ "ଆଜିର ଅତିଥି" କାର୍ଯ୍ୟକ୍ରମର ସାପ୍ତାହିକ ପ୍ରସାରଣ ସେବା ଆରମ୍ଭ ହେବ । ଅନିଚ୍ଛାକୃତ ଅସୁବିଧା ନିମନ୍ତେ ଦୁଃଖିତ ।

ଶୂନ୍ୟ - ହୃଷୀକେଶ ମିଶ୍ର

ଶୂନ୍ୟ - ହୃଷୀକେଶ ମିଶ୍ର


ମହାଶୂନ୍ୟ ପରି ଲାଗେ ଶ୍ରୀମନ୍ଦିର
ଶୂନ୍ୟ କରି ଗଲୁ ଛାଡି
ଶୂନ୍ୟ ହୋଇଗଲେ ଲକ୍ଷ୍ମୀ ସାଆନ୍ତାଣି
ଶୂନ୍ୟ ରୁ ଶୁଭୁଛି ରଡି ।

ଶୂନ୍ୟ ପଡିଗଲା ବାଇଶି ପାବଚ୍ଛ
ଶୂନ୍ୟ ରତ୍ନ ସିଂହାସନ,
ଶୂନ୍ୟ ଶୂନ୍ୟ ଲାଗେ ଆନନ୍ଦ ବଜାର
ଶୂନ୍ୟ ବଇକୁଣ୍ଠ ଧାମ ।

ଶୂନ୍ୟ ଲାଗେ ପୁଣି ତୋ ବେଢ଼ା ଜଗାରେ
ଶୂନ୍ୟ ମୁକତି ମଣ୍ଡପ,
ଶୂନ୍ୟ ଦିଶୁଅଛି ବଡଦାଣ୍ଡ ଆଉ
ଶୂନ୍ୟୁ ଶୁଭୁଛି ଆଳାପ ।

ଶୂନ୍ୟ ହୋଇଗଲା ପାକଶାଳା ତୋର
ଶୂନ୍ୟ ଯେ ନୀଳ ଚକର
ଶୂନ୍ୟ ହେଲା ପୁଣି କୋଇଲି ବୈକୁଣ୍ଠ
ଏହାକି  ତୋର ବିଚାର ।

ଶୂନ୍ୟ ହେବାକୁ ମୁଁ ଚାହେଁ ରେ କାଳିଆ
ଶୂନ୍ୟ ଯେ ମୋହର ଆଶ,
ସବୁ ଶୂନ୍ୟ କଲୁ ମତେ କି ଛାଡିଲୁ
ମୁଁ ଅଟେ ଦାଷାନୁଦାସ ।

ହୃଷୀକେଶ ମିଶ୍ର,
ଖଲ୍ଲିକୋଟ, ଜିଲ୍ଲା- ଗଂଜାମ, ଓଡିଶା

0 Comments