ମା ଭଟ୍ଟାରିକା ପୀଠେ ଦଶହରା - ସରୋଜ କୁମାର ଜେନା

ଆସ ଆସ ମରତ ଧାମକୁ ହେ ମା
ଆସୁଅଛି ଦଶହରା ,
ଦେବୀ ଦଶଭୁଜା, ହେଇ ଆବିଭୁର୍ବା
ଅନାଇଛି ଦୁନିଆ ସାରା ।
କାଶତଣ୍ଡି ମେଳେ ସମୀର ର ସ୍ୱନ
ଲାଗେ ଭାରି ଆନନ୍ଦିତ ,
ବରଷକେ ଥରେ ମାଆ ଆସୁଅଛି
କରିବା ତାକୁ ପୂଜିତ ।
ତୁହି କାତାୟନୀ ମହିଁଷା ମର୍ଦିନୀ
ପାଉଅଛୁ ପୀଠେ ପୂଜା ,
କାରିଗର କର ସ୍ପର୍ଶେ ଧରିତ୍ରୀ ମା
ପାଇବ ମୃଣ୍ମୟୀ ରୂପ ଚର୍ଯ୍ୟା ।
କହୁଛି ମିତଣୀ ଶ୍ରୁତି ଡେରି ଶୁଣି
ଶକ୍ତି ପୀଠଙ୍କର ବାଣୀ ,
ବାଙ୍କିରେ ଚର୍ଚ୍ଚିକା ,ଝଙ୍କଟେ ଶାରଳା
ସ୍ଥାପିତ ଅଛ ପୁଣି ।
ସମ୍ବଲପୁରରେ ସମଲାୟୀ ପୂଜିତ
ଯାଜପୁରେ ବିରଜା ,
ତାଳ ଚେରେ ହିଙ୍ଗୁଳା ନାମରେ
ପାଉଛି ନିଇତି ପୂଜା ।
କଟକେ ରହିଲୁ ମା କଟକ ଚଣ୍ଡୀ
କାକଟ ପୁରେ ମଙ୍ଗଳା ,
ବଡ଼ମ୍ବା ରେ ଭଟ୍ଟାରିକା ଶଶାଙ୍ଗ ଗ୍ରାମେ
ତଟ୍ଟ କକ୍ଷେ ଚିତ୍ରୋତ୍ପଳା ।
କହୁଛି ସ୍ୱଳ୍ପ ରେ ଭଟ୍ଟାରିକା ବାଣୀ
ତୁହି ମା ବୃହଦ୍ଦମ୍ବିକା ,
ତୁହିମା ତ୍ରିପୁରା ସୁନ୍ଦରୀ ,ପୂଜିତା
ବୋଲାଉଛୁ ଭଟ୍ଟାରିକା ।
ମଉଳାଷ୍ଟମୀ ଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ
ଷୋଡ଼ଷ ଉପଚାର ରେ ,
ପୂଜିତ ହୁଏ ମା ବିଭିନ୍ନ ରୁପରେ
ଯାତରା ମହାଷ୍ଟମୀ ରେ ।
ରତ୍ନ ଗିରି ସବୁଜିମା ମହିଧର
ଚତୁପାର୍ଶ୍ୱେ ରେ ମନ୍ଦିର ,
ପବନ ସୁତ ଅଛନ୍ତି ଗିରି ଶିରେ
କରଥାନ୍ତି ଦୁଃଖ ଦୁର ।
ଷୋଳ ଗମ୍ଭିରା କୁ ଦର୍ଶନ କରିବ
ଗିରି ଶୀର୍ଷକୁ ଚଢିବ ।
ପକୃତି ଦୃଶ୍ୟକୁ ମନେଭରୁଥିବ
ମା କୁ ଶୁମରି ଆସିବ ।
ମହାଷ୍ଟମୀ ମା ଜନ୍ମ ତିଥି ଜାଣ
ଭକତ କରନ୍ତି ବ୍ରତ ,
ଉଭା ଯାତରା ହେଲେ ପରିସମାପ୍ତ
ଘରକୁ ଫେରେ ଭକତ ।
କହୁଥିଲେ ମା କଥା ସରିବ ନାହିଁ
ମୋ କଥା ଭୁଲିଵ ନାହିଁ ,
ଦଶହରା ପରବ ମା ର ଆଶିଷ
ରହିଛି ଭକତ ପାଈଁ ।
ସାରା ଭାରତ ବର୍ଷେ ନାନା ରୂପରେ
ପାଉଅଛି ପୂଜା ତୁହି ,
ତୋହରି ଗାରିମା ତୋହରି ମହିମା
ସଦା ଥାଉ ଆମ ପାଈଁ ।
ସରୋଜ କୁମାର ଜେନା
ବାଲିଝରୀ, ନରସିଂହପୁର, କଟକ
ମୋ - ୮୦୧୮୫୨୬୫୩୬