Information

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

କାହା ପରି - ଇଂ ବିଦ୍ୟାଧର ପଣ୍ଡା


କୁହ ଜଗନ୍ନାଥ ଧରି ମୋର ହାତ
ଲାଗୁଛି ମୁଁ କାହା ପରି ?
ମାଆଲକ୍ଷ୍ମୀ ଅବା ମୀରାବାଇ ସରି
ଦିଶେ କିବା ରାଧାଗୋରୀ?
ହୁଅନ୍ତି କି ସେବାକାରୀ ?
ପ୍ରଭୁ!  ଲାଗୁଛି ମୁଁ’ କାହା ପରି ? ॥୦॥

ତୋର ଶ୍ରୀମନ୍ଦିର ବହୁତ ସୁନ୍ଦର
ଈଛା ନାହିଁ ଫେରିବାକୁ
କଲେ ଦେବଦାସୀ ହୋଇଥାନ୍ତି ଖୁସି
ପାଇ ତୋ ପାଦ ସେବାକୁ
ଢାଳି ଦିଅ କୃପାବାରି
ହୁଅନ୍ତି କି ସେବାକାରୀ?
ପ୍ରଭୁ!  ଲାଗୁଛି ମୁଁ ‘କାହା ପରି ? ॥୧॥

ତୋ’ ରଙ୍ଗ ଅଧର କରୁଛି ଅଧିର
ବଦନେ ଆଙ୍କି ଚୁମ୍ବନ
ଚାରିପଟେ ବୁଲି ସଂସାରକୁ ଭୁଲି
ଝୁମି କରନ୍ତି କୀର୍ତନ
ମାନ ମୋ’ ଟିକି ଗୁହାରି
ହୁଅନ୍ତି କି ସେବାକାରୀ ?
ପ୍ରଭୁ!  ଲାଗୁଛି ମୁଁ ‘କାହା ପରି ? ॥୨॥

Er. Bidyadhar Panda,
L-17/15/ PS Nagar, Khandagiri, Bhuabaneswar-19

Post a Comment

0 Comments