Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ମୋ କଥାଟି ସରିଲା - ଅଧ୍ୟାପିକା ସସ୍ମିତା ମିଶ୍ର


ମୋ ବିନୁ ଅନ୍ୟ ଗତି ନାହିଁ
କରି କରାଉ ଥାଏ ମୁହିଁ
ବହିର୍ବାୟୁ ରେ ମୋର ଚଳନ
ଅନ୍ତର୍ବାୟୁ ରେ ମୁଁ ସ୍ପନ୍ଦନ
ବାହ୍ୟ।ଗ୍ନିରେ ମୋର ଶିଖା 
ଜଠରାଗ୍ନି ରେ ମୁଁ ଜ୍ବଳନ 
ନିମ୍ନଗାରେ ମୋର ସ୍ରୋତ
ଅନ୍ତସ୍ରୋତରେ ମୁଁ ରକ୍ତ
ଭୂମିରୁ ଭୂମା ପର୍ଯ୍ୟନ୍ତ 
ମୁହିଁ ତ ବିସ୍ତାରିଛି କାୟା
ଏ ସୃଷ୍ଟି ମୋର ମାୟା
ମୁହିଁ ଦେଉଛି ମୋତେ ରୂପ
ସର୍ଜନା ସର୍ବ ମୋ ସ୍ୱରୂପ 
ଭିନ୍ନ ଜୀବର ଭିନ୍ନ ରୂପ
ଭିନ୍ନ ଆଚାର ସ୍ୱଭାବ 
ଭିନ୍ନ ରଙ୍ଗ ତା ଭିନ୍ନ ଠାଣି 
ରହସ୍ୟ କେ ପାରେ ବଖାଣି 
ଅଭେଦ୍ୟ କଥାବସ୍ତୁ ମୁହିଁ
ଜାଣି ନ ପାରେ ଭବେ କେହି
ଧ୍ୟାନ ଧାରଣା ସମାଧି 
ଋଷି ମୁନୀଏ ଯୋଗସାଧୀ
ସାକାର ଦରଶନେ ତୃପ୍ତ
ନିରାକାରେ ମୁଁ ଅଟେ ଗୁପ୍ତ
ଆଦି ଅନ୍ତ କୁ ମାପୁ ବୃଥା
ରଚି ନ ପାରୁ ଶେଷକଥା
ମୋ କଥାଟି ସରିଲା
ଫୁଲଗଛ ଟି ମରିଲା
ହଇହେ ରାଜା ଇନ୍ଦ୍ରଦ୍ୟୁମ୍ନ 
ତମେ କାହିଁକି ଡରିଲ?
ନା ମତେ ଗୁଣ୍ଡିଚାରାଣୀ ଡରେଇଲେ
ହଇହେ ରାଣୀ ତମେ କାହିଁକି ଡରେଇଲ ?
ନା ମତେ ଶବ୍ଦ ଶୁଭିଲାନି
ବୁଢା ବଢ଼େଇ କି କାଳ ଗଲେ?
ହଇହେ ବଢ଼େଇ ତମେ କିଆଁ ଶବଦ ନ କଲ ?
ନା ମତେ ସିଏ ଉଭାନ କରିଦେଲେ 
ହଇହେ ଦିଅଁ ତମେ ଅଧାରୁ କିଆଁ ଉଭାନ କଲ ?
ନା  ବ୍ରହ୍ମ।ଣ୍ଡ ଭିତରେ ଥାଏ
ମୋ ଇଛାରେ ମୁଁ ଯେମିତି ଚାହିଁଵି
ସେମିତି ପ୍ରକଟ  ହୁଏ

ଅଧ୍ୟାପିକା ସସ୍ମିତା ମିଶ୍ର
ମହାନଦୀବିହାର ମହିଳା ମହାବିଦ୍ୟାଳୟ
ଦୂରଭାଷ - 9078579612

Post a Comment

0 Comments