
ଭଲପାଇବାର ଦ୍ୱାହି ଦେଇ ମୋତେ
ଛଳନା ଛୁରିରେ ମାରିଲ ,
ନିଇତି ସ୍ୱପ୍ନରେ କର୍ଣ୍ଣରେ କହୁଛ
ଭଲ ପାଇକି ଭୁଲିଗଲ ..।୧।
ଭୁଲି ନାହିଁ ପ୍ରିୟା ସଠିକ୍ ଜାଣିଛ
ମିଛରେ ଛଳନା କରୁଛ .,
ମଥାରେ ତୁମର ସିନ୍ଦୁର କହୁଛି
ଆଉ କାହାର ହୋଇଅଛ ..।୨।
ମନ୍ଦିର ବେଢ଼ାରେ ସଂକଳ୍ପ କରିଲ
ସିନ୍ଥିରେ ସିନ୍ଦୁର ନାଇଲ ..,
ମୋ ସିନ୍ଦୁର କୁ ପ୍ରିୟା ତୁମେ ପୋଛିଲ
ସ୍ୱାର୍ଥପର ହୋଇ ପାରିଲ ..,।୩।
ତୁମରି ପାଈଁ ଥିଲା ମିଛ ସିନ୍ଦୁର
କିନ୍ତୁ ମୋହରି ପାଈଁ ସତ ..
ସିନ୍ଦୁର କୁ ଭାବି ପେନସିଲ ଗାର
ଲିଭାଇ ଦେଲା ତୁମ ହାତ ..।୪।
ପ୍ରତ୍ୟେହ ଶୟନାଗ୍ରତ ମୁହୂର୍ତ୍ତରେ
ଝର ଝର ରୁଧିର ଅଶ୍ରୁ ..,
କ୍ରନ୍ଦନ ର ପିଡ଼ା ଏତେଜେ ଯନ୍ତ୍ରଣା
ପାଲଟି ଗଲି ମୁହିଁ ପଶୁ ..।୫।
ପଶୁ ସଂଗେ କଲ ଭଲ ବ୍ୟବହାର
ଦେଲ ଛଳନା ଉପହାର ..,
ଛଳନା ର ସ୍ମୃତି ସାଉଁଟି ସାଉଁଟି
କଣ୍ଟା ସଦୃଶ ଦେହମୋର .,।୬।
ପିଉଛି ତୋ ପାଈଁ ମଦର ଜହର
ଛାଡ଼ି ଯାଉଛି ବହୁ ଦୁର ,
ସଜାଡ଼ି ହୋଇଛି କୋକେଇ ମୋହର
ପୋଛିବୁନି ମିଛ ସିନ୍ଦୁର ..।୭।
ସରୋଜ କୁମାର ଜେନା,
ଗ୍ରାମ/ପୋ-ବାଲିଝରୀ, ଥାନା-କାନପୁର, ବ୍ଲକ-ନରସିଂହପୁର, ଜିଲ୍ଲା-କଟକ,
ମୋ-୮୦୧୮୫୨୬୫୩୬/୯୩୪୮୭୮୩୭୯୧