କର୍ମର ଭୁ୍ବନ - ଜୟସେନ ପ୍ରଧାନ

0
କରମ ଧରମ କର୍ମର ଭୁବନେ
କରିଚାଲ ସଦା ଭାଇ
କର୍ମ ନ କରିଲେ ଧରମ ମିଳେନି
ରହିଥିଲେ ବାଟ ଚାହିଁ।।
ସମୟ ସ୍ରୋତରେ ମନର ନଉକା 
ନିମିଷକେ ଯାଇ ବୁଲେ
ବୃଥା ରାଜପଣ ଅବ୍ୟକ୍ତ ବେଦନା 
ସ୍ମୃତି ରହେ ପ୍ରାଣ ଚାଲେ।।
ଆଜି ଯା ନୂତନ କାଲି ପୁରାତନ   
ବିଚିତ୍ର ସୃଷ୍ଟିର ଲୀଳା 
କିଏ ବା କେଉଁଠି କରିଥାନ୍ତି ଆଜି 
ବିଚିତ୍ର ବିଚିତ୍ର ଖେଳା ।।
ସଂସାର ସାଗର ତରିବା ପାଇଁକି   
ବିଧାତା ବିହିଛି ଧରମ ନାମରେ ପୋତ। 
ସଭିଏଁ ନିଜର କରମ ପାଇଁକି     
ହୋଇଥାନ୍ତି ଆତଯାତ।।
ଦୁଇଟି ନିଆଁର ଏଇଟ ଦୁନିଆଁ     
ସୁଖ ଦୁଃଖ ସଦା ଥାଏ।
ସବୁରି ଆଗରେ ସୁଖ ଭାର ଥିଲେ 
ଦୁଃଖଟି ପଛରେ ଥାଏ।।।
                                       
ଜୟସେନ ପ୍ରଧାନ
ମାଳତେନ୍ତୁଳିଆ, ପୋଲସରା, ଗଞ୍ଜାମ

Post a Comment

0Comments
Post a Comment (0)