Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ରୋମାଣ୍ଟିକ୍ ଗଳ୍ପ - ମାଉସୀ - ପ୍ରେମ ସମ୍ରାଟ ଲକ୍ଷ୍ମଣ କୁମାର ବେହେରା (ଯତି)


ତୁମେ କେମିତି ଭାବି ପାରୁଛ ମୁଁ ତୁମକୁ ଭଲ ପାଏ ବୋଲି । ମୋ ହୃଦୟରେ ଛୋଟ ବେଳୁ କାହା ପ୍ରତି ଭଲପାଇବା ଜନ୍ମ ହେଇ ପାରିନି ଆଜି ଯାଏଁ । କେବଳ ଘୃଣା କରିବା ହିଁ ଶିଖିଛି ମୁଁ । ଏ ଭଲ ପାଇବାଟା କ'ଣ ? କେବଳ ଖାଇବା, ଶୋଇବା ଆଉ ଶରୀରରେ ଆଘାତ ପାଇଲେ ଯେଉଁ କଷ୍ଟ ହୁଏ, ତା'କୁ ଛାଡିଦେଲେ ମୁଁ କୌଣସି ପ୍ରେମ ସମ୍ବନ୍ଧରେ ଜାଣିନି । ମୋ ବାପା ଆଉ ମାଆ ମୋତେ ତ ଛୋଟ ବେଳୁ ମୋ ମାମୁଁ ଘରେ ଛାଡିଦେଲେ । ସେଠାରେ ମୋ ମାଉସୀ ମୋତେ ପାଳିଲେ, ପୋଷିଲେ, ବଡ କଲେ । କେବେ ଥରୁଟିଏ ବି ଆଜିଯାଏଁ ମୋ ମାଆ କି ବାପା ମୋତେ କେବେ ଦେଖା କରିବାକୁ ଆସି ନାହାଁନ୍ତି । ଜାଣିଛ ଲକ୍ଷ୍ମୀ, ମୋ ବାପା ଆଉ ମାଆ ଦୁହେଁ ଚାକିରି କରନ୍ତି । ମାଆ ଜଗତସିଂହପୁରରେ  ଆଉ ବାପା କଳାହାଣ୍ଡିରେ । ମୋତେ ଯେତେବେଳେ ୩ ବର୍ଷ ହେଇଥିଲା ମୋ ବାପା ଆଉ ମାଆ ଦୁହେଁ ଝଗଡା ଲାଗି ମାମୁଁ ଘରେ ମୋତେ ଛାଡି ଦେଲେ । ଚାକିରି ପାଇଁ ଦୁହେଁ ଏକାଠି କେବେ ରହି ପାରିଲେ ନାହିଁ କି ମୋତେ ବି କେବେ ସାଙ୍ଗରେ ରଖି ପାରିଲେ ନାହିଁ । ନିଜ ନିଜର ଚାକିରି ପାଇଁ ମୋତେ ତ୍ଯାଗ କରିଦେଲେ । ଦଶମ ଯାଏଁ ମାମୁଁ ଘରେ ରହି ପାଠ ପଢିଲି । ଦଶମ ପଢି ସାରିବା ପରେ କଲେଜ୍ ରେ ପଢୁଛି, ହଷ୍ଟେଲରେ ରହି । ମଝିରେ ମଝିରେ ମିତା ମାଉସୀ ଦେଖା କରିବାକୁ ଆସନ୍ତି । ପଇସା ଦିଅନ୍ତି । ହେଲେ ବାପା ଆଉ ମାଆଙ୍କୁ ମନ ଭାରି ଖୋଜେ । ସମସ୍ତଙ୍କର ବାପା - ମାଆ ଆସନ୍ତି ହେଲେ ମୋ ବାପା ମାଆ କେବେ ଆସନ୍ତିନି । ଏଇ ଭଙ୍ଗା ହୃଦୟରେ ତୁମକୁ କେମିତି ଭଲ ପାଇ ପାରିବି କୁହ ତ ଲକ୍ଷ୍ମୀ !

- ମୁଁ ତୁମକୁ ଭାରି ଭଲପାଏ ଶ୍ରୀନୂ । ଦୁଇ ବର୍ଷ ହେଲାଣି ମୋ ମନର କଥା ଆଜି ତୁମକୁ କହି ପାରିଲି ।

- ଦୁଇ ବର୍ଷ ଆଗରୁ ତୁମେ କ'ଣ ମୋତେ ଚିହ୍ନି ଥିଲ ? 

- ନା ।

- ମୋ ବାପା ଆଉ ମାଆ ମୋର ଅତି ନିଜର ହୋଇ ମୋତେ ଟିକିଏ ବି ଭଲ ପାଇଲେନି । ଜନ୍ମ ଦେଇ କେଉଁ ଏକ ବଣ ପାହାଡ ଘେରା ଆଦିବାସୀ ଇଲାକାରେ ଛାଡି ଦେଇ ଗଲେ ଯେ' କେବେ ଥରୁଟିଏ ବି ଆଜିଯାଏଁ ଦେଖା ଦେଲେ ନାହିଁ । କେତେ କଷ୍ଟ ପାଉଛି କେବଳ ମୁଁ ହିଁ ଜାଣିଛି । 

- ମୁଁ ତୁମକୁ ଭଲପାଏ । ବିବାହ ମଧ୍ୟ କରିବା ପାଇଁ ଚାହେଁ ।

- ଥାଉ ଲକ୍ଷ୍ମୀ । ଆମର ବୟସ ହେଇନି ବାହା ହେଇ ସଂସାର ଗଢିବା ପାଇଁ । ଏବେ ସମୟ ଆସିଛି ପାଠ ପଢି ଚାକିରି କରି କିଛି ରୋଜଗାର କରିବା ପାଇଁ । ପ୍ରଥମେ ମୁଁ ତାହାରି ହିଁ ସୁଖ ଦେଖିବି । ତା' ପରେ ଅନ୍ଯ କଥା । ଯିଏ ମୋ ପାଇଁ ତା'ର ଜୀବନର ସମସ୍ତ ସମୟ ଉତ୍ସର୍ଗ କରିଦେଲା । ମୋର ବିଦ୍ୟାଳୟରୁ ଫେରିବା ବାଟକୁ ଯିଏ ଅନେଇ ରହୁଥିଲା । ମୋତେ  ଛୁଆ ଦିନେ ଭଲପାଇ ନାନାବାୟା ଗୀତ ଗାଇ ଭାତ ଖୁଆଇ ଯେ' ଶୁଆଇ ଦେଉଥିଲା । ସେ ମୋ ପ୍ରିୟ ମିତା ମାଉସୀ । ମୁଁ ମୋ ମାଉସୀଙ୍କୁ ହିଁ ବହୁତ ଭଲପାଏ । ମୋ ଭଲ ପାଇବାକୁ ମୁଁ ଭାଗ ଭାଗ କରି ପାରିବିନି । ମୋତେ କ୍ଷମା କରିଦେବ । 

ମୋର କଥା ସବୁ ଶୁଣି ଲକ୍ଷ୍ମୀ ସେ ଦିନ ଅନେକ କାନ୍ଦୁଥାଏ, ହେଲେ; ମୁଁ କ'ଣ ଅବା ଆଉ କହି ବୁଝାଇଥାନ୍ତି ତା'କୁ ? ସେ ମୋର କୌଣସି କଥା ଶୁଣିବା ପାଇଁ ପ୍ରସ୍ତୁତ ନଥିଲା । 

ଗଂଗାଧର ମେହେର କଲେଜ୍ ସମ୍ବଲପୁରରେ ସ୍ନାତକ ଶିକ୍ଷା ସାରିବା ପରେ ମାଉସୀ ଘରକୁ ଚାଲି ଆସିଲା ଶ୍ରୀନୂ । ମାଉସୀ କହିବାରୁ ପି.ଜି. ପାଇଁ ବାଣୀବିହାର ଚାଲିଗଲା । ଓଡିଆ ସାହିତ୍ୟ ପ୍ରତି ଦୁର୍ବଳତା ଥିବାରୁ ଓଡିଆ ବିଭାଗରେ ନାମ ଲେଖାଇଲା । ପାଞ୍ଚ-ଛଅ ଦିନ ପରେ କ୍ଯାମ୍ପସ୍ ରେ ଦେଖିଲା ଅଳ୍ପ ଦୂରରେ ଲକ୍ଷ୍ମୀ ଭଳିଆ ଝିଅଟିଏ ଛିଡା ହୋଇଛି । ସେ ବ୍ଯସ୍ତ ହେଇ ପଡିଲା । ଏ ଲକ୍ଷ୍ମୀ ନା ଆଉ କିଏ ? ଯେତେବେଳେ ଲକ୍ଷ୍ମୀ ପାଦ ବଢାଇବା ଆରମ୍ଭ କଲା ଶ୍ରୀନୂ ଆଡକୁ, ଶ୍ରୀନୂ ଏ କେମିତି ସମ୍ଭବ କହି ମନେ ମନେ ରାଗୁଥାଏ ଯେତିକି କଦଳୀ ପତ୍ର ଭଳିଆ ଥରୁଥାଏ ସେତିକି । 

- ହାୟ ଶ୍ରୀନୂ । କେମିତି ଅଛ ? 

- ତୁମେ ଏଠାରେ କେମିତି ? 

- ପଢିବା ପାଇଁ ।

- ଓହୋଃ । ବହୁତ୍ ବଢିଆ ।

- ତୁମ ଘରେ ସମସ୍ତେ ଭଲ ଅଛନ୍ତି, ଲକ୍ଷ୍ମୀ ।

- ହଁ, ସମସ୍ତେ ଭଲ ଅଛନ୍ତି । ଆଉ ତୁମ ମାଉସୀ କେମିତି ଅଛନ୍ତି ? 

- ଭଲ । ଟିକିଏ ଆଗରୁ ଫୋନ୍ କରିଥିଲେ । ଭଲମନ୍ଦ ପଚାରୁଥିଲେ ।

ଦୁହେଁ ଏମିତି ଅନେକ ଗପସପ କଲେ । ପ୍ରତ୍ଯେକ ଦିନ କଥାବାର୍ତ୍ତା ହୁଅନ୍ତି । ପଢା ଜୋରସୋରରେ ଚାଲିଥାଏ । ଦିନକୁ ଦିନ ଦୁହିଁଙ୍କର ଭଲପାଇବା ବଢୁଥାଏ । ପରସ୍ପରକୁ ଘଡିଏ ନ ଦେଖିଲେ ଦୁହେଁ ପାଗଳ ହେଇ ଯାଉଥାନ୍ତି । 

( ପ୍ରାୟ ଦୁଇ ମାସ ପରେ ) ଲକ୍ଷ୍ମୀର ମାଆ ବାପା ଦେଖା କରିବାକୁ ଆସିଥାନ୍ତି ବାଣୀବିହାର । ବାପା ଗୌତମ, ଝିଅ ଲକ୍ଷ୍ମୀକୁ ଫୋନ୍ କରି କହିଲେ, 

- ମାଆ ଲକ୍ଷ୍ମୀ ତୁମେ ଏବେ କଲେଜ୍ ରେ ଅଛ ନା ହଷ୍ଟେଲରେ । 

- ହଁ ବାପା ନମସ୍କାର । ମୁଁ କଲେଜ୍ ରେ ଅଛି । କ'ଣ ହେଲାକି ?  

- ମୁଁ ଆଉ ତୋ ମାଆ ଆପୋଲୋ ହସପିଟାଲ୍ କୁ ଆସିଥିଲୁ । ଚେକଅପ୍ ସଲାଣି । ତତେ ଟିକିଏ ଦେଖିଥାନ୍ତୁ । 

- ହଁ ବାପା ଆସନ୍ତୁ । ମୁଁ ଅଛି । ମାଆକୁ ଟିକେ ଫୋନ୍ ଦିଅନ୍ତୁ ନା ବାପା । 

- ହଁ ମା' ତୋ ମାଆକୁ ଦେଉଛି । (ଫୋନ୍ ଟି ସୁଲଗ୍ନା ଆଡକୁ ବଢାଇ) ନିଅ ଲକ୍ଷ୍ମୀ ସହିତ କଥା ହୁଅ ।

- ହେଲୋ, ଲକ୍ଷ୍ମୀ । 

- ହଁ ମାଆ ନମସ୍କାର । ମାଆ, ମୁଁ ଯେଉଁ ପିଲାକୁ ଭଲପାଏ ତତେ କହିଥିଲି ନା ତା' କଥା ।

- ହଁ, ପ୍ରତ୍ଯେକ ଦିନ ତ ତୁ ତା'ରି କଥା ହିଁ ମୋତେ ଶୁଣାଉଁ । କ'ଣ ହେଲା କି କହ ? 

- ସିଏ ମୋ ସହ ଏବେ ଅଛି କଲେଜ୍ ରେ । ତୁ ବାପାଙ୍କୁ ଟିକେ ସମ୍ଭାଳିବୁ ।

- ହଉ ହଉ ଠିକ୍ ଅଛି ।

ଲକ୍ଷ୍ମୀର ଖୁସି କହିଲେ ନସରେ । ସେ ଭାରି ଖୁସି ଆଜି । ତା' ଭଲପାଇବା ସହିତ ବାପାଙ୍କୁ ଦେଖା କରାଇବ, କଥା କରାଇବ । ଶ୍ରୀନୂ ସହିତ ଛଅ ବର୍ଷର ପବିତ୍ର ଭଲ ପାଇବାକୁ ସେ ଏବେ ନିଜ ବାପାଙ୍କୁ କହିବ । ହେଲେ ଶ୍ରୀନୂକୁ ତ କେବେ ତା'ର ନିଜ ଘର କେଉଁ ଠାରେ ବୋଲି ପଚାରି ପାରିନି । ଯଦି ବାପା ତା'କୁ ପଚାରନ୍ତି ଶ୍ରୀନୂର ଘର କେଉଁଠାରେ ବୋଲି, ସେ କ'ଣ ଉତ୍ତର ଦେବ ? ଏମିତି ଅନେକ କଥା ଭାବି ଭାବି ଦଲକୁ ଥାଏ । ଅଳ୍ପ ସମୟ ପରେ ତା'ର ବାପା ମାଆ ପହଞ୍ଚି ଛନ୍ତି । ଲକ୍ଷ୍ମୀ ମୁଣ୍ଡିଆ ମାରି ନିଜର ସମ୍ମାନ ଜଣାଇଛି । ଶ୍ରୀନୂ ମଧ୍ୟ ପାଦ ଛୁଇଁ ନମସ୍କାର କରିଛି । ଗୌତମ ଓ ସୁଲଗ୍ନା ଶ୍ରୀନୂକୁ ଦେଖି ସ୍ଥିର ହେଇଗଲେ । ମୁହଁରେ ତାଙ୍କର କଥା ବାହାରୁ ନଥାଏ । ଆଖିରୁ ଲୁହ ଝରାଇ ଦୁହେଁ ଶ୍ରୀନୂ ପାଖକୁ ଦଉଡିଯାଇ ଶ୍ରୀନୂକୁ କୁଣ୍ଢାଇ ପକାଇଲେ । ଲକ୍ଷ୍ମୀ କିଛି ବୁଝି ପାରୁ ନଥାଏ । ତା' ବାପା ମାଆଙ୍କର ଲୁହ ଦେଖି ତା'ର ଆଖିରେ ବି ଲୁହ ଭରି ଯାଇଥାଏ । ଶ୍ରୀନୂ ସବୁ ଦେଖୁଥାଏ ହେଲେ  କିଛି ବୁଝି ନ ପାରିବାରୁ ଲକ୍ଷ୍ମୀର ବାପାଙ୍କୁ ପଚାରିଲା, 

- ଆଜ୍ଞା, ଆପଣ ତ ମୋତେ କେବେ ଦେଖି ନଥିଲେ । ମୁଁ ମଧ୍ୟ ଆପଣଙ୍କୁ ଆଗରୁ କେବେବି ଦେଖିନି । ହେଲେ; ହେଲେ କାନ୍ଦିଲେ କାହିଁକି ? 

- ସୁଲଗ୍ନା ଧିର କଣ୍ଠରେ କହିଲେ, " ପୁଅ, ମୁଁ ତୋର ଅପା ଆଉ ସେମାନେ ତୋର ପିଉସା । ତୋ ବାପାଙ୍କର ମୁଁ ସାନ ଭଉଣୀ ।"

- ଶ୍ରୀନୂ ତା' ଅପା ଠାରୁ ଏକଥା ଶୁଣି ସେଇ ଜାଗାରେ ଲଥ୍ କିନା ବସି ପଡିଲା ଆଉ କାନ୍ଦି କାନ୍ଦି କହିଲା, "ମୁଁ ଭାବୁଥିଲି ମାଉସୀ ଛଡା ଏ ଦୁନିଆରେ ମୋର ଆଉ କେହି ନିଜର ନାହାଁନ୍ତି ।"  ହେଲେ, ଅପା ମୋତେ କୁହନ୍ତୁ ମୋ ବାପା ଆଉ ମାଆ ମୋତେ କ'ଣ ପାଇଁ ମାଉସୀ ଘରେ ଛାଡି ସବୁ ଦିନ ପାଇଁ ଭୁଲିଗଲେ । କେବେ ଥରୁଟିଏ ବି ଆଜିଯାଏଁ ଦେଖା କରିବାକୁ ଆସିଲେନି ।

- ଶ୍ରୀନୂ, ତୁମକୁ ସେସବୁ ଆମେ ପରେ କହିବୁ । ଆସ ଆଜି ଆମ ଘରକୁ ଯିବା । ଅନୁଗୋଳରେ ଆମେ ଚାକିରି କରୁଛୁ, ଘର ବି ତିଆରି କରିଛୁ ସେଇଠି । 

- ଥାଉ ଅପା । ମୋ ମାଉସୀ ମୋତେ ଅନ୍ଯ କାହା ଘରକୁ ଯିବା ପାଇଁ ମନା କରିଛନ୍ତି । 

ଲକ୍ଷ୍ମୀ ଯେବେ ଜାଣିଛି ଯେ' ଶ୍ରୀନୂ ତା' ମାମୁଁ ପୁଅ । ସେ ଖୁସିରେ ନାଚି ଉଠୁଥାଏ । ହେଲେ; ତା' ମାମୁଁ ମାଇଁଙ୍କୁ ତ କେହି ଜଣେ ହତ୍ଯା କରି ଦେଲା । ଶ୍ରୀନୂ ଏସବୁ ଜାଣିନି କି ? ନା ନା ଥାଉ ମୁଁ ତା'କୁ ଜଣାଇବି ନାହିଁ । ତିନି ବର୍ଷ ପରେ ଶ୍ରୀନୂକୁ ଦେଖିଲି ଜି.ଏମ୍. କଲେଜ୍ ର ଓଡିଆ ବିଭାଗର ଅଧ୍ଯାପକ ଭାବରେ । ମୁଁ ବହୁତ ଖୁସି ହେଲି । ମୋ ବାପା ମାଆଙ୍କ ସହ ଶ୍ରୀନୂର ମାଉସୀ ବି ଥିଲେ ମୋ ସହ । ମୁଁ ସେଦିନ ମହିଳା ସ୍ନାତକ ମହା ବିଦ୍ୟାଳୟ ସମ୍ବଲପୁର ରେ ଓଡିଆ ବିଭାଗରେ ଅଧ୍ଯାପିକା ଭାବେ ଯୋଗ ଦେଇ ଶ୍ରୀନୂକୁ ଦେଖା କରିବାକୁ ଗଲି ତା'କୁ ଉପହାର ସ୍ବରୂପ କିଛି ଦେବା ପାଇଁ । ଆମ ସମସ୍ତଙ୍କୁ ଦେଖି ଶ୍ରୀନୂ ଆଶ୍ଚର୍ଯ୍ଯ ହେଲା । ତା' ମାଉସୀ ମୋ ପାଖରେ ଛିଡା ହେଇ ଥିଲେ । ମୋ ବାପା ମାଆ ଆଉ ମୋତେ ସେ ଦେଖିଲା ହେଲେ ତା' ମାଉସୀ ପାଖକୁ ଦଉଡି ଆସି ତାଙ୍କୁ କୁଣ୍ଢାଇ ପକାଇ କହିଲା ମାଉସୀ ତୋ ପାଇଁ ଆଜି ମୁଁ ଏଇଠି ଅଛି । ତୁ ଯଦି ନଥାନ୍ତୁ ମୁଁ ବି ନଥାନ୍ତି । ଏମିତି କହି କାନ୍ଦିବାକୁ ଲାଗିଲା । ମାଉସୀ ଟିକିଏ ସ୍ଥିର ରହି କହିଲେ ଶ୍ରୀନୂ ମୋ କଥା ରଖିବୁ ହେଲେ ଗୋଟେ କଥା କହିଥାନ୍ତି । ଶ୍ରୀନୂ ମାଉସୀର ପାଦ ତଳେ ବସି ପଡି କହିଲା, " ମାଉସୀ ତୁମେ ଯାହା କହିବ ମୁଁ ତାହା କରିବି ।" ମାଉସୀ ଶ୍ରୀନୂର ହାତ ଧରି ଲକ୍ଷ୍ମୀ ପାଖକୁ ଗଲେ ଆଉ କହିଲେ, ଏଇ ଲକ୍ଷ୍ମୀକୁ ତୁ ବିବାହ କଲେ ମୁଁ ବହୁତ ଖୁସି ହେବି । ଲକ୍ଷ୍ମୀ ଏବେ ଅଧ୍ଯାପିକା ସମ୍ବଲପୁରର ମହିଳା ସ୍ନାତକ ମହା ବିଦ୍ୟାଳୟରେ । ଏହା ଜାଣି ଶ୍ରୀନୂ ବହୁତ ଖୁସି ହେଲା । ବିବାହ କରି ଏବେ ଦୁହେଁ ଭାରି ଖୁସିରେ ଅଛନ୍ତି । ନିଜ ସନ୍ତାନର ଯତ୍ନ ଦୁହେଁ ଭଲ ଭାବେ ନେଉଛନ୍ତି ।

ବହୁତ ଦିନ ପରେ ନିଜ ବାପା ମାଆଙ୍କୁ ହତ୍ଯା କରା ଯାଇଥିଲା ବୋଲି ଟିଭିରେ ଦେଖି ଜାଣିଲା । ହତ୍ଯାକାରୀ ମାନେ ଏବେ ଧରା ପଡିଲେ ସେମାନଙ୍କୁ କଟକର ଚୌଦ୍ବାର ଜେଲ୍ କୁ ପଠାଇ ଦିଆ ଯାଉଛି ବୋଲି ସବୁ ନ୍ଯୁଜ୍ ଚାନେଲ୍ ରେ ବାଜି ଚହଳ ସୃଷ୍ଟି ହେଲା । ଅଳ୍ପ ଦିନ ପରେ ସମାଚାର ପ୍ରସାରିତ ହେଲା, " ସାକ୍ଷ୍ଯ ପ୍ରମାଣ ଅଭାବରୁ ସମସ୍ତଙ୍କୁ ନିର୍ଦ୍ଦୋଷରେ ଖୋଲାସ୍ କରା ଯାଉଛି । " ଏହା ଜାଣି ସେ ଭାରି ଦୁଃଖ ପ୍ରକାଶ କଲା । କିଛି ନଜାଣି ନିଜ ବାପା ମାଆଙ୍କୁ ସେ ବହୁତ ଘୃଣା ଆଉ ଭୁଲ୍ ବୁଝିଥିବାରୁ ମର୍ମାହତ ହୋଇ ବହୁତ କାନ୍ଦିବାକୁ ଲାଗିଲା ।

ପ୍ରେମ ସମ୍ରାଟ ଲକ୍ଷ୍ମଣ କୁମାର ବେହେରା (ଯତି)
ପ୍ରତିଷ୍ଠାତା ଓ ମୁଖ୍ୟ ସଂପାଦକ 
ପ୍ରେମ - ଏକ ପରିବର୍ତ୍ତନର ସ୍ଵର
କବି କୁଟୀର, ଦଣ୍ଡାସିଂହା, ବାରକୋଟ 
ଦେବଗଡ (ଓଡିଶା) ପିନ୍- ୭୬୮୧୦୮
ମୋ - ୯୬୬୮୨୪୨୭୨୦

Post a Comment

0 Comments