Information

"ସ୍ଵାଗତିକା" ସାହିତ୍ୟ ପତ୍ରିକା ନିମନ୍ତେ ଇ-ମେଲ, ହ୍ଵାଟସଆପ ଓ ଡାକ ମାଧ୍ୟମରେ କବିତା ପଠାନ୍ତୁ । କବିତା ପଠାଇବାର ଶେଷ ତାରିଖ ୩୦/୧୦/୨୦୧୮ ଏବଂ କବିତାର ପରିଧି ୧୬ ରୁ ୨୦ ଧାଡି ମଧ୍ୟରେ ରହିବା ଆବଶ୍ୟକ । Email - swagatika.nishikanta@gmail.com / WhatsApp - 8018646704 / By Post - Chief Editor, Swagatika, Lokipur, Gadamanatir, Khordha, Pin-752062, Odisha.

ଅସ୍ପଷ୍ଟ - ଲକ୍ଷ୍ମୀନାରାୟଣ ପଟ୍ଟନାୟକ


ପ୍ରଶ୍ନ କରୁଛି ମୁଁ ନିଜେ ନିଜକୁ କାହିଁକି ମୁଁ ପାଦ ଥାପିଛି ଏ ଦୁନିଆଁ ବୁକୁରେ କେମିତି ଆପଣେଇଛି ଅନିଶ୍ଚିତ ମୁହୂର୍ତ୍ତକୁ.. ନାଁ ତା'ର ଜୀବନ ଜାଣି ସୁଧା ଅବଶ୍ୟମ୍ଭାବୀ ସତ୍ୟକୁ କରିଚାଲିଛି ସ୍ଵାର୍ଥର ସାଧନ ॥ ଜୀବନ ଯେ ପାନ୍ଥଶାଳାର ରାତିଟିଏ ସକାଳ ଆସିବା ପୂର୍ବରୁ ପାଶୋରୀ ଦିଏ ସବୁ ଠିକଣା କେମିତି ପାରୁନି ମୁଁ ବୁଝି.. ଏ ମିଥ୍ୟା ପ୍ରବଞ୍ଚନା ଶୁଣି ସୁଧା ମହାକାଳର ଡାକରାକୁ ପାଲଟିଛି ରାତିର ବାରଙ୍ଗନା ॥ ପୁଣି, ମଶାଣିର ଜୁଇ ଆଲୋକରେ ଦେଖୁଛି ମୋ ପରଳ ଆଖିରେ ଅସ୍ପଷ୍ଟ ହେଲେବି, ବାରି ହୋଇପଡୁଛି.. ଜୀବନର ସତ୍ୟ ଆଉ ମହାକାଳର ତୁର୍ଯ୍ୟନାଦରେ ଶୁଭୁଛି ହରିନାମ ସତ୍ୟ ରାମନାମ ସତ୍ୟ ॥

ଲକ୍ଷ୍ମୀନାରାୟଣ ପଟ୍ଟନାୟକ
ମଙ୍ଗଳାଯୋଡି, ଖୋରଧା, ଓଡିଶା
ଦୂରଭାଷ : ୯୮୬୧୬୧୬୧୨୬

Post a Comment

0 Comments