ବାତ୍ୟା ଜନିତ ଅସୁବିଧା କାରଣରୁ କ୍ଷୁଦ୍ରଗଳ୍ପ ଓ କବିତା ପ୍ରତିଯୋଗିତାର ଫଳାଫଳ ମେ - ୧୦ ତାରିଖ ପରିବର୍ତ୍ତେ ଚଳିତ ମାସ ୩୧ ତାରିଖ ସୁଧା ଘୋଷଣା କରାଯିବ । ଏବଂ ଚଳିତ ମାସ ୨୩ ତାରିଖ ଠାରୁ କବିର ଘର ପ୍ରସ୍ତୁତ "ଆଜିର ଅତିଥି" କାର୍ଯ୍ୟକ୍ରମର ସାପ୍ତାହିକ ପ୍ରସାରଣ ସେବା ଆରମ୍ଭ ହେବ । ଅନିଚ୍ଛାକୃତ ଅସୁବିଧା ନିମନ୍ତେ ଦୁଃଖିତ ।

ଜଗତଜନନୀ ଦୁର୍ଗେ - ଦେବବ୍ରତ ଜେନା

ଜଗତଜନନୀ ଦୁର୍ଗେ - ଦେବବ୍ରତ ଜେନା


ଶିରୀ ଶୈଳପୁତ୍ରୀ           ମାତା ସିଦ୍ଧିଦାତ୍ରୀ
            ବରଦାୟୀ କାତ୍ୟାୟିନୀ
ପାପ ବିନାଶିନୀ              ଶକ୍ତିସ୍ୱରୂପିଣୀ
                ଜଗତ ଦୁଖଃହାରିଣୀ
             ତୁମ୍ଭରି ଆଶିଷ ବଳେ
ରହିଅଛୁ ମାଗୋ           ବଂଚି ବରାଭୟେ
               ଏହି ମରତ ମଣ୍ଡଳେ   ।।(୧)

ଶୁଭ୍ର ମେଘମାଳା          ଲାଗେ ମନୋରମ
           ଯେବେ ଭାସଇ ଅମ୍ବରେ
କାଶତଣ୍ଡି ଫୁଲ              ଦିଶେ ଅନୁପମ
            ନିତି ନଈ ପଠାପରେ
             କରୁ ତୁମ୍ଭେ ଆବାହନ
ଏ ଶରତ ଲଗ୍ନେ               ହୁଅ ବିରାଜିତ
                ନାଶି ତିମିର-ଅଜ୍ଞାନ  ।।(୨)

ମିଥ୍ୟା, ହିଂସା,ଈର୍ଷା         କଳୁଷ ତମିସ୍ରା
            ଗ୍ରାସିଲାଣି ଏବେ ସର୍ବେ
ସତ୍ୟ ଓ ଅହିଂସା           ନିସ୍ୱାର୍ଥୀର ବାର୍ତ୍ତା
            ହେଜନ୍ତିନି କେହି ଏବେ
            ମା' ଗୋ ତୁମେ ଏକା ସାହା
ଫେଡ଼ି ତୁମ ନେତ୍ର          କର ଦୂରୀଭୂତ
           ଅଜ୍ଞତାର ମୋହମାୟା ।।(୩)

ଦେବବ୍ରତ ଜେନା, ସହକାରୀ ଶିକ୍ଷକ
ରଣସିଂହପୁର ଆଶ୍ରମ, ଭୋଗରାଇ, ବାଲେଶ୍ୱର

0 Comments