Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ମାଆ ଶୁଭ ପ୍ରଦାୟିନୀ - ସଦାନନ୍ଦ ସାହୁ


ପାର୍ବଣ ସମ୍ଭାର   ସମୃଦ୍ଧି ପରବ
     ଶାରଦୀୟ  ମହୋତ୍ସବ  ,
ଦୁର୍ଗତି ନାଶିନୀ  ଆସିବେତ ହସି
     ନିଅାରା  ସମ୍ପର୍କ  ଭାବ ! !

ସ୍ଵାଗତ କରୁଛି  ଏସୁନା  ଧରିତ୍ରୀ
        ଭକ୍ତିପୂତ ନିବେଦନେ  ,
ଆସ ମାତା  ତୁମେ  ଶରଧା ମନରେ
      ପ୍ରତୀକ୍ଷାରେ ଭକ୍ତ ଜନେ  ! !

ପୂଜାମଣ୍ଡପରେ  ଭକତି ଅର୍ଘ୍ୟରେ
       ଦେବ ଶୁଭ ଆଶୀର୍ବାଦ ,
ହସିବ ଭକତ  ଦୁଃଖି ଜନ ସତ
      ସୁଖ ହେବ  ଫଳପ୍ରଦ  ! !

 ହେସିଂହ ବାହିନୀ  ଶକ୍ତି ପ୍ରଦାୟିନୀ
        ଅପସରି ଯାଉ ଦୁଃଖ ,
 ଅନ୍ୟାୟ ଅନୀତି   ଦିଅ ନାଶ କରି
          ହସିବ ଧରଣୀ ବକ୍ଷ ! !

 ତବ ଆଶିର୍ବାଦ   ହେଉ ମାଆ ପ୍ରତୀତ
         ସୁନା ଧାନ କ୍ଷେତ  ହସୁ ,
କୃଷକ  ଭାଇଟା   ହସିବ    ସହସା
       ଧନ ଧ୍ଯାନେ ସେଯେ ଭାସୁ ! !

ହେ ମାଆ ଦୁର୍ଗା   ପାର୍ବଣେ  ସଦିଚ୍ଛା
         ସର୍ବ ପାପ ହେଉ  ନାଶ  ,
ଶୁଭ  ଦିବସରେ  ପ୍ରୀତି ପୁଷ୍ପ  ଢାଳେ
      ମନରେ ନ ରଖ ରୋଷ  ! !

ଜଗତ ଉଦ୍ଧାର କର ମହାମାୟୀ
      ଏଇ ମୋର  ଶେଷ ଅଳି ,
ପୂଜା ଥାଳି ଧରି  ରହିଚିମୁଁ ଚାହିଁ
       ପ୍ରେମ ରଙ୍ଗ ଦିଅ ଢାଳି ! !

ସଦାନନ୍ଦ ସାହୁ
ଧୁରୁଷିଆ , ଆଠଗଡ, କଟକ

Post a Comment

0 Comments