ବାତ୍ୟା ଜନିତ ଅସୁବିଧା କାରଣରୁ କ୍ଷୁଦ୍ରଗଳ୍ପ ଓ କବିତା ପ୍ରତିଯୋଗିତାର ଫଳାଫଳ ମେ - ୧୦ ତାରିଖ ପରିବର୍ତ୍ତେ ଚଳିତ ମାସ ୩୧ ତାରିଖ ସୁଧା ଘୋଷଣା କରାଯିବ । ଏବଂ ଚଳିତ ମାସ ୨୩ ତାରିଖ ଠାରୁ କବିର ଘର ପ୍ରସ୍ତୁତ "ଆଜିର ଅତିଥି" କାର୍ଯ୍ୟକ୍ରମର ସାପ୍ତାହିକ ପ୍ରସାରଣ ସେବା ଆରମ୍ଭ ହେବ । ଅନିଚ୍ଛାକୃତ ଅସୁବିଧା ନିମନ୍ତେ ଦୁଃଖିତ ।

ପୋଖରୀ - ପ୍ରକାଶ କୁମାର ଚାନ୍ଦ

ପୋଖରୀ - ପ୍ରକାଶ କୁମାର ଚାନ୍ଦ

ଆମ ଗାଆଁର ଶେଷ ମୁଣ୍ଡରେ ଅଛି ଗୋଟେ ପୋଖରୀ କାଚ ପରିକା ନିର୍ମଳ ଜଳ ସୁନ୍ଦର ଦିଶେ ଭାରି । ଵରଗଛଟେ କେଉଁ କାଳରୁ ଅଛି ତାହାରି ମୂଳେ ପକ୍ଷୀତ ଆସି ଗଢନ୍ତି ବସା ସେଇ ଗଛର ଡାଳେ । କେଡେ ସୁନ୍ଦର ଫୁଟି ଦିଶନ୍ତି ଫୁଲ କଇଁ ପଦୁଅଁ ଆକାଶେ ଉଇଁ ଜହ୍ନ ତ ଦେଖେ ପାଣିରେ ତାର ମୁହଁ । ଜେଜେ କହନ୍ତି ପୋଖରୀ ନୁହେଁ ଗଙ୍ଗା ସେ। ଆମ ପାଇଁ ସଭିଏଁ ସେଠି କରନ୍ତି କାମ ବାଛ ବିଛାର ନାହିଁ । ପ୍ରକାଶ କୁମାର ଚାନ୍ଦ ଜୟପୁର ଶାସନ ପିପିଲି ପୁରୀ ମୋ -୯୮୫୩୩୫୪୯୩୮

0 Comments