
ମଣିଷ ଜୀବନ ଉତ୍ଥାନ ପତନ ପଥ ଦେଇ ନିତି ଚାଲେ
କାହାଭାଗ୍ୟ ଡୋରି କୁଆଡେ ଟାଣିବ ନୀୟତି ନିୟମ ବଳେ
କେ ନୁହେଁ କାହାର ଲାଗନ୍ତି ନିଜର ଆଖି ବୁଜିଦେଲେ ଶେଷ
ଜଳଚକ୍ର ସମ ଜୀବନର ଗତି ହେଉଥାଏ ଆତଯାତ ।।
ଯା ପାଇଁ ଦଇବ ଲିହିଛି ଯେପରି ତାହାକି ହୋଇବ ଆନ
ଉଚକର୍ମେ ନର ରାଜଭୋଗ ଭୋଗେ ଅଭାଗା ମଣଇଁ ହୀନ
ଯା ମନ ଯେମିତି ସେହିମତ୍ତ ସତୀ ସତ୍ୟ ପଥେ ମତ୍ତି ଢାଳେ
ଦୁସ୍କୃତ ଦହନ ପାପେ ପାପୀ ମନ ବିଷୟା ବିଷ ରେ ଜଳେ ।।
ମୁଁ ଆଉ ମୋର ମୋର କହି କହି ଅସାର କଲୁ ଜୀବନ
ଦୟା,ଧର୍ମ,ସତ୍ୟ ପଥ ଭୁଲିଗଲୁ ନଭଜିଲୁ ରାମ, ଶ୍ୟାମ
ଆଉ କେତେକାଳ ଯାପିବୁ ଅନିତ୍ୟ ସଂସାରେ ଆରେ ବାଇଆ
ନିତ୍ୟ ସନାତନ ଚେତା ପୁରୁଷ ଯେ ସେହି ହେବେ ସିନା ସାହା ।।
ବେଳ ଥାଉ ଥାଉ ଗଣ୍ଠୁଲି ବସ୍ତାନି ବନ୍ଧାବନ୍ଧି କରିଥାଆ
କେତେ ବେଳେ ଆସି ଅକସ୍ମାତେ ଅବା କାଳ ଡାକିଦେବ ଆ
ସେତେବେଳେ କାହିଁ ବେଳ କି ମିଳିବ ପାଣି ଝରିଗଲେ ବନ୍ଧ
ଉଆଁସ ରାତିରେ ଯେତେଖୋଜୁଥିଲେ ପାଇକି ପାରିବୁ ଚାନ୍ଦ ।।
ବଡ଼ ବଳବାନ ସମୟ ସୁଯୋଗ ଅଛି ଏବେ ସଜହୁଅ
ନିର୍ବାପ ଦୀପରେ ତଇଳ ଢାଳିଲେ କି ହେବରେ ଧନ କୁହ
ଜନମ,ମରଣ ସତ୍ୟ ଚିରନ୍ତନ ତାର ସମୟ ଠିକଣା ନାହିଁ
ଭବ ତରଙ୍ଗିଣୀ ପାର ହେବୁ ଯେବେ ଚିନ୍ତା ଚିନ୍ତାମଣି ତୁହି ।।
କବି ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ମଙ୍ଗଳାଯୋଡି , ଖୋର୍ଦ୍ଧା