
ଦୁର୍ଗେ ଦୁର୍ଗତି ନାଶିନୀ ପର୍ବତ ରାଜ ନନ୍ଦିନୀ
ଦଶଭୂଜା ଜୟା ଜଗତତାରିଣୀ ଜୟ ଗୋ ମାତ ଭବାନୀ
ଦୁର୍ଗେ ଦୁର୍ଗତି ନାଶିନୀ ।।
ମଙ୍ଗଳ ମୟୀ ମା ମହୀଷା ମର୍ଦ୍ଦିନୀ ତ୍ରୈଲୋକ୍ୟ ରକ୍ଷା କାରିଣୀ
ସିଂହରୁଢା ମାତ କୈଳାଶେସ୍ବରୀ ଜୟ ଗଜାନନ ଜନନୀ
ଡାକନ୍ତି ଭକତ ଆସ ଆସ ମାତ କରୁଅଛି ତୋରେ ଦୟିନୀ
ଦୁର୍ଗେ ଦୁର୍ଗତି ନାଶିନୀ ।।
ଶୁଦ୍ଧ ସୁବର୍ଣ୍ଣ ର ରଙ୍ଗ ରୁଚିର ନିନ୍ଦେ କାନ୍ତି ତୋର ଜନନୀ
ଗଳେ ବିଶୋଭିତ ମନ୍ଦାର ମାଳା ଅବର୍ଣ୍ଣନ ରୂପ ଭବାନୀ
ଶଂଖ,ଚକ୍ର, ଖଡ୍ଗ,ତ୍ରୀଶୂଳ ହସ୍ତା ଜୟ ବାମଦେବ ଭାମିନୀ
ଦୁର୍ଗେ ଦୁର୍ଗତି ନାଶିନୀ ।।
ଅଣିମାଦି ଅଷ୍ଟ ଐଶ୍ୱର୍ଯ୍ୟ ଦାୟିନୀ ଶଶିମୁଖୀ ଚାରୁ ହାସିନୀ
ବନ୍ଦେ ଦେବୀ ମହାମାୟା ମହାଦେବୀ ଦକ୍ଷସୁତା ବ୍ରହ୍ମଚାରିଣୀ
ତୋ ପଦାବ୍ଜେ ଭଜେ ପ୍ରଫୁଲ୍ଲ ବିକଳେ ରକ୍ଷାକର ମାତ ଧରଣୀ
ଦୁର୍ଗେ ଦୁର୍ଗତି ନାଶିନୀ ।।
କବି ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ମଙ୍ଗଳାଯୋଡି, ଖୋର୍ଦ୍ଧା