
ଗିରି ରାଜ ସୁତା ଗିରିଶ ବନିତା
ଗଉରୀ , ଗଣେଶ ଜନନୀ
ଖଡ୍ଗ, ଶୂଳ ହସ୍ତା ଦେବୀ ଜନ୍ମାମାତା
ପଦାମ୍ବୁଜେ କରେ ଦାୟିନୀ ।।
ସତ୍ୟ ଯୁଗେ ସତୀ ଉମା,ଭଗବତୀ
ଅଗ୍ନି ରୁ ଉତ୍ପତ୍ତି ହୋଇଲୁ
ଦେବାସୁର କଳି କ୍ଷଣେ ଦେଲୁ ଟାଳି
ମହୀଷାସୁର କୁ ମାରିଲୁ ।।
ତ୍ରେତା ରେ ଶ୍ରୀରାମ ସ୍ମରିଲେ ତୋ ନାମ
ତ୍ରୀନୟନା ଦଶଭୁଜା
ସହାୟ ହୋଇଲୁ ସୀତା ଉଦ୍ଧାରିଲୁ
ମାରିଣ ଲଙ୍କାର ରାଜା ।।
ଗୋପରେ ଦ୍ବାପରେ- ଜନ୍ମି, ମଧୁପୁରେ
କଂସ ବନ୍ଦିଘରେ ଆସି
ବିଜୁଳି କନ୍ୟାର ରୂପେ ମାଆ ମୋର
ଆର୍ବିଭୁତ ହୋଇଅଛି ।।
ଆଜି ଏ ଯୁଗରେ ଅନେକ ରୂପରେ
ବିଜୟ କରି ବିଜୟା
ସନ୍ତାନ ର ଅଳି ସହୁଛୁ ଅର୍ଦ୍ଦଳି
ଆଗୋ ଦେବୀ ମହାମାୟା ।।
ଶାରଦା ଶରତେ ଆସ ମା ଜଗତେ
କୋଟିବିଶ୍ବ ର ରାଣୀ
ମାନ ଉଦ୍ଧାରଣ କର ମା ତାରଣ
ଘୋଡାଇ ପଣତ କାନୀ ।।
ଜ୍ଞାନ ପ୍ରଦାୟିନୀ ସୈାଭାଗ୍ୟ ଦାୟିନୀ
ଦୁର୍ଗେ ଦୁର୍ଗତି ନାଶିନୀ
ପ୍ରଫୁଲ୍ଲ ଡାକଇ ତୋର ପଦଧ୍ୟାୟୀ
ବନ୍ଦେ ସତ୍ୟ ସନାତନୀ ।।
କବି ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳାଯୋଡି , ଖୋର୍ଦ୍ଧା