ଜୟ୍ ଜୟ୍ ଦୁର୍ଗା ମାଁ - ଘନଶ୍ୟାମ ସାହୁ

0

ଜୟ୍ ଜୟ୍ ଦୁର୍ଗା ମାଁ ବିପଦ୍ ଭଞ୍ଜିନୀ
ମହିଷାମର୍ଦ୍ଦିନୀ ମାଁ ସଙ୍କଟ୍ ନାଶିନୀ ।।୦।
ଦଶ୍ ମହାବିଦ୍ଯା ତୁହି ମାଁ ଭବାନୀ
ବିପଦ୍ ବେଲେ ହେସୁ ଠିଆ,
ଦୁଷ୍ଟ୍ ନାଶି ତୁଇ ବାନା ଉଡେଇଥିସୁ
ତୁଇ ମାଁ ଆମର୍ ସାହା,
ଚଣ୍ଡ୍ ମୁଣ୍ଡ୍  ଶୁମ୍ଭ୍ ନିଶୁମ୍ଭ୍ ମାର୍ ଲୁ
ତୁଇ ମାଁ ସିଂ ହ୍ ବାହିନୀ ।।୧।
କାଲୀ,ତାରା ତୁଇ ଷୋଡ଼ଶୀ ଗୋ ମାଁ
ଭୁବ୍ ନେଶ୍ୱରୀ ,ଭଇରବୀ,
ଛିନ୍ନମସ୍ତା , ଧୂମାବତୀ ,ବଗ୍ଲାମୁଖୀ,
ମାତଙ୍ଗୀ କମ୍ ଲା ସେବି ।
ଧଏନ୍ ହେସି ଭକତ୍ ଦଶ୍ ନାମେ ଡାକି
ତୋତେ ଗୋ ମାଁ ଶିବାନୀ ।।୨।
କେତେବେଲେ ତୁଇ ଦୁର୍ଗା ହେସୁ ମାଁ
କେତେବେଲେ ମାଁ ଲକ୍ଷ୍ମୀ,
ତୁଇ ମାଁ ଶାର୍ ଲା ନୀଲ୍ ସରସ୍ଵତୀ
କେନ୍ ନାମେ ତୋତେ ଡାକ୍ ମି ।
ଆମେ ସଭେ ଛୁଆ ତୁଇ ଆମର୍ ମାଁ
ଢାମ୍ପି ରଖ୍ ବୁ ମାଁ ତୋର୍ କାନି ।।୩।

ଘନଶ୍ୟାମ ସାହୁ
ଯୁଗ୍ମ ସମ୍ପାଦକ--ତ୍ରିଧାରା ସାହିତ୍ୟ ସଂସଦ, ବଇଣ୍ଡ।,
ପୋ:ଅ: କିଶୋର ଗଞ୍ଜ ,ଜିଲ୍ଲା-ଅନୁଗୋଳ,
ମୋବାଇଲ ନମ୍ବର- ୯୪୩୭୬୬୪୫୩୭,
ପିନ୍ କୋଡ- ୭୫୯୧୨୭

Post a Comment

0Comments
Post a Comment (0)