ସ୍ମୃତି ତୁମେ ଆହତ ସୈନିକ
ଅନେକ ଯାତନା ପରେ
ବିରହ ରୁଧିରେ ରଂଗାଇତ ହୁଅ
ଚେତନାର ଅବତାରଣାରେ ।।
ଦେଖା ଦିଅ ତୁମେ ମୋତେ
ପ୍ରଣୟିନୀର କଜଳରେ
ପୁଣି କେବେ ଲୁଚି ଯାଅ
ଅତୀତର ଆଖି ଲୁହରେ ।।।।
ସ୍ମୃତି ତମେ ଆହତ ସୈନିକ
ଅନେକ ଯାତନା ପରେ
ଚେତନାର ସ୍ଫୄହଣେ ଆନ୍ଦୋଳିତ ହୁଅ
ଜୀବନ ଜ୍ବଳନର ତୀବ୍ର ଦରଜରେ ।।
ଦେଖିଛି ମୁଁ ତୁମକୁ
ଅଙ୍କେଇ ବଙ୍କେଇ ନଈ ଧାରରେ
ପୁଣି କେବେ ନବ ଗ୍ରାମ୍ୟ ବଧୂର
ପାନ ଖିଆ ଲାଜୁଆ ଓଠରେ ।।।।
ସ୍ମୃତି ଯେବେ ତୁମେ
ପ୍ରତୀତ ହୁଅ ଜହ୍ନ ଦେହରେ
ବିସ୍ମୃତ ହୋଇ ଚିତ୍ତକୁ ବିଗଳିତ କରିଦିଅ
ଦୁଇ ପଇସାର ଆଳୁଦମ ପଡିଥିବା ପୁଡ଼ା ରୁଟି ଉପରେ ।।
ସ୍ମୃତି ତୁମେ ଆହତ ସୈନିକ
ଅନେକ ଯାତନା ପରେ
ନିର୍ମମତାର ଶେଷ ରୂପ ହୋଇଯାଅ
ସୁଖ-ଦୁଃଖ ରଙ୍ଗ ଭରା ଜୀବନୀ କେନ୍ଭାସରେ ।।।।
ରାଜେନ୍ଦ୍ର ଗିରି
ଭୋଗରାଇ,ବାଲେଶ୍ୱର
ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ , ବାଲେଶ୍ୱର
ଦୂରଭାଷ- ୭୮୭୩୫୭୦୯୩୮
ସ୍ମୃତି - ରାଜେନ୍ଦ୍ର ଗିରି
September 14, 2018
0