ଝଡର ଇଗଲ୍ - କବିତା ପଟ୍ଟନାୟକ

ଝଡର ଇଗଲ୍ - କବିତା ପଟ୍ଟନାୟକ


ଏଠି ଏବେ ସୂର୍ଯର ଆଲୋକ ମ୍ଳାନ
ମହଳଣ ସ୍ୱପ୍ନ ର ରୋମାଞ୍ଚ
ଅନ୍ଧାର ପିଠିରେ ବନ୍ଧା ପାପ ଯେତେ
ଗ୍ରାସିଯାଏ ମାଟିରୁ ମାଳଞ୍ଚ
ସମୟର ନିଦାଘଏ ନିଷ୍ଠୁର ନିଥର
ଏ କର୍କଶ ହାତ କାଟିନିଏ
ତାଳପତ୍ର ବସନ୍ତ ଋତୁର
ଲୁଟିନିଏ ଯେତେସବୁ ସମ୍ଭାବନା
ଶ୍ୟାମ ସ୍ନିଗ୍ଧ ଛଇଳ ଛବିର
ଲାଗୁଛି ଯେମିତି ଏଠି ଛନ୍ଦି ହୋଇ
ଆର୍ତ୍ତନାଦ କରେ ଏଇ ମାଟିର ଲାବଣ୍ୟ
ଯେଣିକି ଚାହିଁଲେ ତେଣେ ହାଇମାରେ
ଶୂନ୍ୟତାର ନିଃସଙ୍ଗ ଅରୁଣ ।
କୁତୁ କୁତୁ କରେଏବେ କାଳର କଟାଳ ଦର୍ପଣ
ଅର୍ନ୍ତଦ୍ୱହି ଦୀର୍ଘଶ୍ୱାସେ ଲିଭିଯାଏ
ଚେତନାର ପୁଷ୍ପିତ ତୋରଣ ।
ଠୋଣାର୍କ ଗଢିବା ନିଶା
ଭିସାଭଳି ଟେବୁଲ୍ ବଦଳାଏ
ଦୁର୍ନିବାର ଦଦରା ତାଉର ଦାଉଦାଉ ରକ୍ତ
ରଙ୍ଗୋଲି ସଜାଏ ।
ଜଳ-ଜମି-ଜଙ୍ଗଲର ଅଧିକାର
କଲମରେ ଘଷିହୁଏ
ଆଉ ଟେବୁଲ ରେ ନେସି ହୁଏ
ସମୟର ପ୍ରତିଦ୍ୱନ୍ଦୀ ଭିତରୁ
ଝଡ ର ଇଗଲ୍ ମୁଣ୍ଡ ଟେକୁଥାଏ. ।।


କବିତା ପଟ୍ଟନାୟକ, ଖୋର୍ଦ୍ଧା

0 Comments