Information

"ସ୍ଵାଗତିକା" ସାହିତ୍ୟ ପତ୍ରିକା ନିମନ୍ତେ ଇ-ମେଲ, ହ୍ଵାଟସଆପ ଓ ଡାକ ମାଧ୍ୟମରେ କବିତା ପଠାନ୍ତୁ । କବିତା ପଠାଇବାର ଶେଷ ତାରିଖ ୩୦/୧୧/୨୦୧୮ ଏବଂ କବିତାର ପରିଧି ୧୬ ରୁ ୨୦ ଧାଡି ମଧ୍ୟରେ ରହିବା ଆବଶ୍ୟକ । Email - swagatika.nishikanta@gmail.com / WhatsApp - 8018646704 / By Post - The Chief Editor, Swagatika, At - Lokipur, PO - Gadamanatir, Dist - Khordha, Pin-752062, Odisha.

ବିଘ୍ନନାଶକ ମହାବିନାୟକ - ସତ୍ୟ ପ୍ରକାଶ ସେଠୀ

ଜୟ ବିଦ୍ୟାଦାତା ଗଣପତି ବାବା
ବିଦ୍ୟାର ଭଣ୍ଡାର ତୁମେ
ପେଟଟା ଥନ୍ତଲା ବୋଲି ତ ଭୋକରା
ବୁଦ୍ଧି କିନ୍ତୁ ଥାଏ ବାଟେ।। 1
ଏଡ଼େ ଅବାଗିଆ ମୁହଁଟା ହେଲେ ହେଁ
ବିଦ୍ୟା ବୁଦ୍ଧି ସବୁ ଠୁଳ
ତୁମେ ବିଘ୍ନରାଜ ସକଳ ବିଘ୍ନକୁ
ଅଚିରେ ବିନାଶ କର।। 2
ତୁମଠୁଁ ଅରଜି ବିଦ୍ୟା ବୁଦ୍ଧି ମୁହିଁ
ଜ୍ଞାନୀ ଗୁଣୀ ହେବା ଚାହେଁ
କେତେବେଳେ ତୁମେ ଏତେ ପାଠ ପଢ଼
ମୋତେ କହନ୍ତନି ଭଲେ। ।3
ସର୍ବଗିଳା ବୋଲି ପେଟ ପୂରେ ନାହିଁ
ଖାଦ୍ୟେ ପରା ଲୋଭ ରଖ
ହେଲେ କେମିତି ଯେ ଏଷଣା ଗଣିତ
ତର୍କାଦି ଶାସ୍ତ୍ରେ ନିପୁଣ।। 4
ପାର୍ବତୀ ଦୁଲାଳ ଆହେ ଗଜାନନ
ମାତୃ ଆଜ୍ଞା ଶିରୋଧାର୍ଯ୍ୟ
ସତ୍ୟର ପୂଜାରୀ ବଚନ ପ୍ରେୟସୀ
ମନୋବାଞ୍ଛା ପୂରା କର।


ସତ୍ୟ ପ୍ରକାଶ ସେଠୀ,
ସା - ରାଣୀପଡ଼ା, ପୋ-ତାରାଗୋ, ଜି - ଭଦ୍ରକ, ଓଡିଶା

Post a Comment

0 Comments