ବାବା ଗଣପତି ଘେନ ପ୍ରଣତି - ଜିତେନ୍ଦ୍ର ସାହୁ

0
ଗଣପତି ବାବା ହେ ଗଣପତି
ଦିଅ ମତେ ବିଦ୍ୟା,ବୁଦ୍ଧି,ଶକତି,
ଲୋଡାନାହିଁ ଆଉ କିଛିତ ମତେ
ମାଗୁଛି ଏତିକି କରି ମିନତୀ,,

ତୁମେ ଗଜାନନ ବିଦ୍ବାନ ବୋଲି
ମାଗିଲି ପ୍ରଭୁ ହେ ହୃଦୟ ଖୋଲି,
ଅଜ୍ଞାନ ବାଳକ ମୁଁ କି ଜାଣୁଛି
କୃପାକରି ଦେବ ଆଶିଷ ଢାଳି,,

ନାହିଁ ସିନା ଜଣା ପୂଜା ମନ୍ତର
ଉଣା ପାଇବନି ଭକ୍ତିରେ ମୋର,
ଧୂପ ଦୀପ ଜାଳି ଭଳିକି ଭଳି
ଭୋଗ ଲଗେଇବି ପାଶେ ତୁମର,,

ଅଜ୍ଞାନ ଅନ୍ଧାରୁ ଦେବ ମୁକତି
କରିଦେଇ ମୋର ଚପଳମତି,
ପ୍ରଭୁ ବିଘ୍ନେଶ୍ବର ବ୍ରହ୍ମଣସ୍ପତୀ,
ଦୋଷ ଧରିବନି ଘେନି ପ୍ରଣତି,,,,।।


ଜିତେନ୍ଦ୍ର ସାହୁ,
ଏମ୍.ତେନ୍ତୁଳିଆ, ପୋଲସରା, ଗଞ୍ଜାମ

Post a Comment

0Comments
Post a Comment (0)