Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ନମୋଃ ଗଣେଶ - ପ୍ରଦୀପ ମହାକୁଡ଼

ଗଣେଶ ପୂଜା ଆସିଛି ଆଜି ବୋଉଲୋ ମୋ ପାଇଁ ହାଟରୁ
ନଡ଼ିଆ ଟିଏ ଆଣିବୁ କିଣି ।।
ନଃମ ଗଣେଶ ଗିରିଜା ନନ୍ଦନ ପ୍ରଭୁ ଗାଇବୁରେ ଆମେ
ବାବାର ମନକୁ ନବୁ ଜିଣି ।।
ମୋ ସୁନା ଭୋଉଣୀ ସକାଳୁ ଉଠି ଗଛରୁ ଆଣିଛି ତୋଳି
ଫୁଲ ବେଲପତ୍ର ଦୁବ କୋଳି ।।
ନେଇ ଯିବୁ ଗଣେଶ ବାବାର ପାଖକୁ କରିବୁ ଅର୍ପଣ
ହାତେ ଧରି ଦେବୁ ପୁଷ୍ପାଞ୍ଜଳି ।।
ବାବା ଆମର ଆଦ୍ୟ ପୂଜ୍ୟ ଦେବ ଜ୍ଞାନ
ଲଡୁ ଖିଆ ବାବା ଲମ୍ବୋଦର ।।
ମୂଷିକ ବାହାନ ତୁମେ ଗଜାନନ ପ୍ରଭୁ ଗୌରୀ ନନ୍ଦନ
କର ଯୋଡି ନମସ୍କାର ।।


ପ୍ରଦୀପ ମହାକୁଡ଼,
ଭଦ୍ରକ, ବାସୁଦେବପୁର, ବ୍ରାହ୍ମଣଗାଁ,

Post a Comment

1 Comments

  1. manas ranjan pattanayak9/13/2018

    ପ୍ରଦୀପ ମହାକୁଡଙ୍କ ପରି ଯୁବକବି ମାନଙ୍କୁ ଆଧ୍ୟାତ୍ମିକ କବିତା ତଥା ବିଭିନ୍ନ ପ୍ରକାର ସାହିତ୍ୟ ଭିତ୍ତିକ ଲେଖା କୁ ଆଣି ବଣମଲ୍ଲୀର ମହକ ଅନୁଷ୍ଟାନ ପାଠକମାନଙ୍କ ପାଖରେ ପହଞ୍ଚାଉଛନ୍ତି।ବହୁତ ଭଲ ପଦକ୍ଷେପ ଅଟେ କର୍ମକର୍ତ୍ତା ମାନଙ୍କର।ମହାକୁଡଙ୍କ ଲେଖାଟି ଚମତ୍କାର ଲାଗିଲା। ଧନ୍ୟବାଦ

    ReplyDelete

ଉପରୋକ୍ତ ବିଷୟଟି ଆପଣଙ୍କୁ କେମିତି ଲାଗିଲା ଦୟାକରି ନିଜର ମତାମତ ରଖନ୍ତୁ । ଆପଣଙ୍କ ଗଠନ ମୂଳକ ମତାମତ ନିଶ୍ଚୟ ବଣମଲ୍ଲୀର ମହକର ସମସ୍ତ ଲେଖକ ଲେଖିକା ମାନଙ୍କ ନିମନ୍ତେ ପ୍ରେରଣାଦାୟକ ହୋଇ ପାରିବ । ନିମ୍ନୋକ୍ତ କୋଠରୀ ମଧ୍ୟରେ ଆପଣଙ୍କ ମତାମତ ପ୍ରଦାନ କରନ୍ତୁ ।