ଦହିହାଣ୍ଡି ଭାଙ୍ଗି ଲହୁଣୀ ଚୋରେଇ
ଖାଉଥିଲ ଗୋପପୁରରେ,
ଚୋର ଚୋର ବୋଲି ହୁରି ପଡୁଥିଲା
କଳାକାହ୍ନୁ ତୁମ ନାମରେ,,।।
ତୁମ ଲୀଳା ଦେଖି ରାଗିଯାଇ ମାତା
ବାନ୍ଧିଦେଉଥିଲେ ରସିରେ,
ଚୋରି ପାଇଁ କେତେ ଶାସ୍ତି ଦଉଥିଲେ
ବେତ ଧରିକି ଯେ ହାତରେ,,।।
କେତେ କେତେ ଦୈତ୍ୟ ରାକ୍ଷସକୁ ତୁମେ
ବଦ୍ଧିଥିଲ ବାଲ୍ୟ କାଳରେ,
ଅତ୍ୟାଚାରୁ ସତେ ମୁକ୍ତ କରିଥିଲ
ସଂସାରକୁ ଦ୍ୱାପରରେ,,।।
ଗୋପିଙ୍କ ସାଥିରେ କେତେ ରାସଲୀଳା
କରୁଥିଲ ନଈ କୂଳରେ,
ଆଜି ସେ ଯମୁନା ଝୁରୁଛି ତୁମକୁ
ଫେରିଆସ ହେ ଆଉଥରେ,,।।
ମିଥୁନ୍ ସାହୁ
ମାଳ ତେନ୍ତୁଳିଆ, ପୋଲସରା, ଗଞ୍ଜାମ
ଫେରିଆସ ଆଉଥରେ - ମିଥୁନ୍ ସାହୁ
September 07, 2018
0