ମନେପଡ଼ ବେଶି - ମିଥୁନ ସାହୁ

0
ସକାଳୁ ସକାଳୁ ଆଜି
ମନେପଡ ବେଶି,
ତୁମକଥା ଭାବି ଭାବି
ଦିଏ ଟିକେ ହସି,,।।
ଚଗଲାମୀ କରୁଥିଲ
ତୁମେ ଯେବେ ଆସି,
ନିରୋଳରେ କେତେକଥା
ଗପୁଥିଲେ ବସି,,।।
ଆଜି ସେଇ ଚଗଲାମୀ
ଖୋଜୁଛି ମୁଁ ସାଥି,
ତୁମେ ସିନା ଦୂରେ ଅଛ
ପାଶେ ଅଛି ସ୍ମୃତି,,।।
ପାରୁନାହିଁ ତୁମଠାରୁ
ଆଉ ଦୂରେ ରହି,
ଚାଲିଆସ ପାଶେ ମୋର
ପ୍ରୀତିଛୁଆଁ ଦେଇ,,।।


ମିଥୁନ୍ ସାହୁ
ମାଳ ତେନ୍ତୁଳିଆ, ପୋଲସରା, ଗଞ୍ଜାମ

Post a Comment

0Comments
Post a Comment (0)