ବାତ୍ୟା ଜନିତ ଅସୁବିଧା କାରଣରୁ କ୍ଷୁଦ୍ରଗଳ୍ପ ଓ କବିତା ପ୍ରତିଯୋଗିତାର ଫଳାଫଳ ମେ - ୧୦ ତାରିଖ ପରିବର୍ତ୍ତେ ଚଳିତ ମାସ ୩୧ ତାରିଖ ସୁଧା ଘୋଷଣା କରାଯିବ । ଏବଂ ଚଳିତ ମାସ ୨୩ ତାରିଖ ଠାରୁ କବିର ଘର ପ୍ରସ୍ତୁତ "ଆଜିର ଅତିଥି" କାର୍ଯ୍ୟକ୍ରମର ସାପ୍ତାହିକ ପ୍ରସାରଣ ସେବା ଆରମ୍ଭ ହେବ । ଅନିଚ୍ଛାକୃତ ଅସୁବିଧା ନିମନ୍ତେ ଦୁଃଖିତ ।

ବ୍ୟଙ୍ଗ କବିତା - ଷଣ୍ଢ - ରାଜେନ୍ଦ୍ର ଗିରି

ବ୍ୟଙ୍ଗ କବିତା - ଷଣ୍ଢ - ରାଜେନ୍ଦ୍ର ଗିରି


ଷଣ୍ଢ ଅଟଇ ଆମରି ଦାମ
କଥା କଥାରେ ଫୁଟାଏ ବମ ।।

ସବୁଠୁ ଭଲ ଜଗି ବସିବା ନିଜରି ଜାଗା
ଷଣ୍ଢ ବେକରେ କିଏ ସେ ଦେବ ପଘା ।।

ଦାମ ବଇଜନ୍ତ କରିବେ ଖେଳ
ଖରାପ ପଡିବ କି ପାଣ୍ଡିୟା ର ବେଳ ।।

ସ୍ମିତ ହାସ ଦେଲେଣି ଦେଖି ଧରମା ଦାସ
ଇସାରାରେ କୁହନ୍ତି ଭାଇ ଏଠିକି ଆସ ।।

ଆମ ଦଳରେ ନାଇ ବାଛ ବିଚାର
ତୁମେ ଦୁଇ ଆମ ନିଜର ।।

ମିଶି ଧରିବା ହାତେ ପଦମ
କହି ବୋଲିବା ତେଲ ହେବ କଅମ ।।

ଶୁଣି ଚିଇଁକି ଉଠିଲେ ଦାମ
କେମନ୍ତ କରିବି ତ ସହ କାମ ।।

ମୋ ମୁଖେ ଖାଲି ବିଜୁର ନାମ
ଇଚ୍ଛା ଥିଲା ହେବାକୁ ନବୀନର ଡାହାଣ ବାମ ।।

ସବୁ ସାଇଲା ସେ ରାମକୋ ଟୋକା
ଏକାକୀ ବୋଲାଇଲା bjd ବୋପା ।।

ଆମ ସୁପରିମ ବଜାନ୍ତି ତାଳି
ଯେବେ ମତେ ପଡେ ଗାଳି ।।

କାହାକୁ କହିବି ମରମ କଥା
ଯୋଉଠି ହାତ ଦେଲି ସେଇଠି ବଥା ।।

ଯିଏ ଯାହା କହୁ କିଛି ଯାଏ ଆସେ ନାହିଁ
ପାରାଦୀପିରୁ ଲଢିବି ମୁହିଁ ।।

କହି ବୋଲିବି ଦୁରୁନୀତି କଥା
ସେ ବ୍ରାହ୍ମଣ ହଉ ବା ନେତା ।।

ହେ ଦାମ ବାବୁ ରହିଲା ରାଣ
ଶିକ୍ଷକଙ୍କ କଥା ତୁଣ୍ଡ କୁ ଆଣ ।।

ନବୀନ କାନରେ ବାଜୁ ବାଣ
ଶାନ୍ତି ପାଇବେ ଶିକ୍ଷକ ଗଣ ।।


ରାଜେନ୍ଦ୍ର ଗିରି
ଭୋଗରାଇ, ବାଲେଶ୍ୱର
ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ, ବାଲେଶ୍ବର
ଦୂରଭାଷ-୭୮୭୩୫୭୦୯୩୮

2 Comments

  1. - ହୃଷୀକେଶ ପାଢୀ,ବୋଳକଣା, ଡେଲାଙ୍ଗ, ପୁରୀ।September 19, 2018 at 7:29 PM

    ବହୁତ ସୁନ୍ଦର ।
    ଚମତ୍କାର ଭାବାବେଗ ।

    ReplyDelete
  2. ଧନ୍ୟବାଦ ଆଜ୍ଞା 🙏🙏🙏

    ReplyDelete

ବଣମଲ୍ଲୀର ମହକ ତାହାର ପାଠକ ପାଠିକା ମାନଙ୍କ ନିକଟରୁ ସର୍ବଦା ଗଠନମୂଳକ ମତାମତ ଆଶା କରିଥାଏ । ଯାହାକି ଜଣେ ସ୍ରଷ୍ଟାଙ୍କୁ ଉଚିତ ମାର୍ଗ ପ୍ରଦର୍ଶନ କରିବାରେ ସକ୍ଷମ ହୁଏ । ଯଦି ଆପଣ ଉପରୋକ୍ତ ବିଷୟଟି ଉପରେ ନିଜର ମତାମତ ପ୍ରଦାନ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ଗୁଗୁଲି ଆକାଉଣ୍ଟ ମାଧ୍ୟମରେ ନିଜର ମତାମତ ପ୍ରଦାନ କରନ୍ତୁ ।