ଜୀବନ ରହସ୍ୟ - ରମାକାନ୍ତ ମିଶ୍ର

0
ଜାଣୁ ନାହିଁ ଆମେ ଆମର
କେଉଁ ପଦକ୍ଷେପ ଜୀବନର
ଗତିପଥ ଦେବ ବଦଳାଇ
ଜୀବନ ଯିବ ଅଞାନ ଥାଇ
ଚାଲିବାକୁ ହେବ ଅବିରତ
ସୁଖ ବା ଦୁଃଖ ଅନବରତ
ସୁଖ ଦୁଃଖ ଜୀବନର ସତ୍ୟ
ଚକ୍ରଗତି କରୁଥାନ୍ତି ନିତ୍ୟ
ସୁଖ ମିଳେ ସେତିକି ବେଳେ
ଆଶା ନଥାଏ ଯେତେବେଳେ
ଆଶା ନଥିବା ସୁଖ ଅଦୃଶ୍ୟ
ଏହାହିଁ ତ ଜୀବନ ରହସ୍ୟ |


ରମାକାନ୍ତ ମିଶ୍ର
ଭି.ଆଇ.ଏମ. - ୨୬୮ ଶୈଳଶ୍ରୀ ବିହାର, ଭୂବନେଶ୍ୱର - ୭୫୧୦୨୧

Post a Comment

0Comments
Post a Comment (0)