Information

"ସ୍ଵାଗତିକା" ସାହିତ୍ୟ ପତ୍ରିକା ନିମନ୍ତେ ଇ-ମେଲ, ହ୍ଵାଟସଆପ ଓ ଡାକ ମାଧ୍ୟମରେ କବିତା ପଠାନ୍ତୁ । କବିତା ପଠାଇବାର ଶେଷ ତାରିଖ ୩୦/୧୧/୨୦୧୮ ଏବଂ କବିତାର ପରିଧି ୧୬ ରୁ ୨୦ ଧାଡି ମଧ୍ୟରେ ରହିବା ଆବଶ୍ୟକ । Email - swagatika.nishikanta@gmail.com / WhatsApp - 8018646704 / By Post - The Chief Editor, Swagatika, At - Lokipur, PO - Gadamanatir, Dist - Khordha, Pin-752062, Odisha.

ଗଣେଶଙ୍କ ବନ୍ଦନା - ରମେଶ ଚନ୍ଦ୍ର ମିଶ୍ର

ଜୟ ଜୟ ଗଣନାଥ ଲମ୍ବୋଦର ଅଗ୍ରପୂଜ୍ୟ ଗଜାନନ
ପାଶାଙ୍କୁଶଧାରୀ ହେ ଜ୍ଞାନଦାତା ଜୟ ଇନ୍ଦୁର ବାହନ ।
ମାତାର ଆଦେଶ ପାଳନ ନିମନ୍ତେ ମସ୍ତକ ହରାଇଲ
ଗଜମୁଖ ହୋଇ ଜ୍ଞାନର ପ୍ରଦୀପ ଜଗତରେ ଜଳାଇଲ ।
ସବୁ ଦେବତାଙ୍କ ଊର୍ଦ୍ଧରେ ପିତା, ପିତା ଜଗତର ମୂଳ
ପ୍ରଦକ୍ଷିଣ କରି ପିତା ଚତୁପାର୍ଶ୍ବେ ଏକଥା ସିଦ୍ଧ କରିଲ ।
ବୁଦ୍ଧି ବଳେ ତୁମେ ମୃତ୍ୟୁପତିଙ୍କୁ ଅନୁଗତ ଦେଲ କରି
ମୂଷିକ ସଜାଇ ବାହନେ ବରିଲ ନିଜ ଇଚ୍ଛା ଅନୁସରି ।
ରିଦ୍ଧି, ସିଦ୍ଧିଙ୍କ ମନକୁ ହରଣ କରି କଲ ଆପଣାର
ସବୁ ଦେବତାଙ୍କୁ ପଛରେ ପକାଇ ଅଗ୍ରପୂଜ୍ୟ ହୋଇଗଲ ।
ବନ୍ଦେ ତୁମର ଚରଣ କମଳ ଆହେ ବିଘ୍ନ ବିନାଶନ
ବିଦ୍ୟା ବୁଦ୍ଧିର ଆଶିଷ ଲୋଡଇ ଢାଳ ହେ କୃପାର କଣ ।
ବିଦ୍ୟା, ବିନୟ, ଜ୍ଞାନାଲୋକ ଦିଅ ସାଧିବି ଜଗତ ହିତ
ତୁମ ପାଦେ ଆଜି ପୁଣ୍ୟ ତିଥିରେ କରେ କୋଟି ଦଣ୍ଡବତ ।


ରମେଶ ଚନ୍ଦ୍ର ମିଶ୍ର
ସମ୍ପାଦକ, ତ୍ରିଧାରା ସାହିତ୍ୟ ସଂସଦ, ବଇଣ୍ଡା, ଅନୁଗୋଳ

Post a Comment

0 Comments