ଗୁରୁ - ରାଜେନ୍ଦ୍ର ଗିରି

0
ବନ୍ଦଇ ହେ ଗୁରୁ ତବ ଚରଣ
ଉଦ୍ଧାର କର ଅଜ୍ଞାନୁ
ମୁଁ ଅଜ୍ଞାନ ଜାଣି ନାହିଁ କିଛି
କଳୁଷ ପୋଛ ମୋର ମନୁ ।।

ତୁମ ଚରଣାବିନ୍ଦରେ ସମର୍ପିତ
ମୋର ପଙ୍କିଳ ତନୁ
ପାଶବିକ ପ୍ରବୃତ୍ତି ହରି ଯାଉ
ପଙ୍କଜ ଫୁଟୁ ଦିନୁ ଦିନୁ ।।

ତୁମେ ପରଂବ୍ରହ୍ମ, ତୁମେ ହିଁ ଇଶ୍ଵର
ତୁମେ ତ ଜୀବନ୍ତ ଦିଅଁ
ସୁଗମ କର କଣ୍ଟକିତ ପଥ
ଭବିଷ୍ୟତ ବାଟ ବତେଇ ଦିଅ ।।

ସଦା ଲୋଡ଼ା ମୋର ଆଶିଷ ତୁମର
ଜୀବନର ପ୍ରତିକ୍ଷଣେ
କରମକୁ ମୋର ମାର୍ଜିତ କରାଅ
ତୁମକୁ ତ ମୁଁ ଦେବତା ମଣେ ।।




ରାଜେନ୍ଦ୍ର ଗିରି
ଭୋଗରାଇ, ବାଲେଶ୍ବର
ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ ,ବାଲେଶ୍ୱର
ଦୂରଭାଷ-୭୮୭୩୫୭୦୯୩୮

Post a Comment

0Comments
Post a Comment (0)