ଦାନ୍ତ କେତେ କାମୁଡିଲେ ଜିଭ
ମିଶିକି ରହିବା କରନ୍ତି ସମ୍ଭବ
କେତେ କନ୍ଦଳ କଲେ ଦୁଇଜଣ
ପରସ୍ପର ପରେ କରନ୍ତି ମେଳଣ
ଆଖି ଦୁଇ ପରସ୍ପର ଦେଖା ନାହିଁ
ଦେଖନ୍ତି କିଛି ଦିହେଁ ମିଶିଲେ ଯାଇ
ପତା ମଧ୍ୟ ପଡିଥାଏ ଏକା ସାନ୍ଗେ
ଲୁହ ବାହାରେ ସେଇ ଏକା ସାନ୍ଗେ
ଦାନ୍ତ, ଜିଭ ଦୁଇ ଆଖିକୁ ଦେଖିବ
ଏକତା ରେ ରହିବାଟା ଶିଖିଯିବ |
ରମାକାନ୍ତ ମିଶ୍ର
ଭି.ଆଇ.ଏମ. - ୨୬୮ ଶୈଳଶ୍ରୀ ବିହାର, ଭୂବନେଶ୍ୱର - ୭୫୧୦୨୧
ଏକତା - ରମାକାନ୍ତ ମିଶ୍ର
September 10, 2018
0