ମୁଁ କେଡ଼େ ହତଭାଗା - ଜିତେନ୍ଦ୍ର ସାହୁ

ମୁଁ କେଡ଼େ ହତଭାଗା - ଜିତେନ୍ଦ୍ର ସାହୁ

ରତ୍ନ ସିଂହାସନେ ତୁ ହରଷ ମନେ
ବସିଛୁ ସିନାରେ ଜଗା,
ମୁଣ୍ଡ ଗୁଞ୍ଜିବାକୁ ଜାଗାଟେ ମିଳୁନି
ମୁଁ ଯେ କେଡେ ହତଭାଗା,,।।
ଗଢୁଛି ସିନା ମୁଁ ନିଇତି ମିଛରେ
ନରମ ଗଦିର ଶଯ୍ୟା
ଆଖି କି ମାନୁଛି ବାସ୍ତବ ଯେ ଏହା
ଅନୁଭବ କରେ ଲାଜ୍ୟା,,।।
ସ୍ବପ୍ନୀଳ ଆଖିରେ ରଖିଛି ସତରେ
ଅନେକ ସ୍ବପ୍ନ ସାଇତି,
ହୋଇବ ପୁରଣ ସ୍ବପ୍ନର ତୋରଣ
କୃପା କଲେ ତୁ ନିହାତି,,।।
ହୁଏ ହୀନିମାନ ଧିକ ମୋ ଜୀବନ
ଦୁଃଖେ ବିତେ ରାସ୍ତା କଡେ,
ବଡ ମଣିଷଟେ ମୁଁ ମଧ୍ୟ ହେବାକୁ
ମନେ କେତେ ଆଶା ବଢେ,,।।




ଜିତେନ୍ଦ୍ର ସାହୁ
ଏମ୍.ତେନ୍ତୁଳିଆ, ପୋଲସରା, ଗଞ୍ଜାମ

0 Comments