ସୁନ୍ଦର ଦିଶିବ ବୋଲି ତ
ଆମେ ଝୁଲାଇ ଥାଉ
ସଜଫୁଲର ହାର ଟିଏ
ଠାକୁରଙ୍କ ଗଳାରେ
ସକାମୀ ଭକ୍ତ ଟିଏ
ପ୍ରତିବେଦନ କରିଥାଏ
ତା ମନର ବେଦନା
ତାଙ୍କ ଶ୍ରୀ ଚରଣରେ ।
ଫୁଲ ହିଁ ତ ଫୁଲ
ହେନା, ମଲ୍ଲୀ, ଚମ୍ପା,କନିଅର
ସେବତୀ ବା ତରାଟ ଟଗର
ଆପଣା ଗୁଣରେ ପବିତ୍ର ବୋଲି ତ
ଛୁଞ୍ଚି ପରି ତୀକ୍ଷ୍ଣ ଧାରର ଆଘାତକୁ
ତା ସୁକୋମଳ ଅଙ୍ଗରେ
ନୀରବରେ ସହ୍ୟ କରିଥାଏ
ନିଷ୍କାମତା ଗୁଣ ପାଇଁ
ଠାକୁରଙ୍କ ବକ୍ଷ ଦେଶେ
ଶୋଭା ପାଇବାର ଭାଗ୍ୟ ଅର୍ଜିଥାଏ ।
ଆସ ଆମେ ନିଜକୁ ଫୁଲ କରିଦେବା
ସ୍ନେହ ପ୍ରେମ ସଦିଚ୍ଛାର ପାଟ ସୂତାରେ
ସପରିବାର ପରସ୍ପର ଛନ୍ଦା ଛନ୍ଦି ହୋଇ
ବାଧା ବିଘ୍ନ ଦୁଃଖ ଯନ୍ତ୍ରଣାକୁ ସହିଯାଇ
ଠାକୁରଙ୍କ ବକ୍ଷରେ ଝୁଲିବା
ମହା କାରୁଣିକଙ୍କ ସାନିଧ୍ୟର
ସୋହାଗର ସ୍ପର୍ଶ ପାଇ
ନିଜ ଜୀବନକୁ ଧନ୍ୟ କରିଦେବା ।
କରିଥିବା ପାପ,ମନ୍ଦ ସ୍ୱଭାବକୁ
ଶ୍ରୀ ପୟରେ ବଳି ଦେଇ
ଅନ୍ତରର ଭକ୍ତି ଢାଳିଦେବା
ନିଷ୍କାମ କର୍ମ କରିଯିବା ।
ହସୁଥିବା,ହସାଉଥିବା
ଫୁଲ ପରି
ଭୁରୁ ଭୁରୁ ସୁବାସରେ
ମହକିବା ମହକାଇବା
ଦୁଃଖୀ ଜନଙ୍କ ହୃଦକୁ
ଛୁଇଁ ଛୁଇଁ ଆପଣାଇ ନେବା
ଦୁଃଖ ସବୁକୁ ନିଜ ଭିତରେ ଆତ୍ମସ୍ଥ କରି
ହିନ୍ଦୁ ସଂସ୍କୃତିର ଆପ୍ତବାଣୀକୁ
ହୃଦୟରେ ଗୁଣୁଗୁଣୁ ହୋଇ
ଦୋହରାଉଥିବା
ସର୍ବେ ଭବନ୍ତୁ ସୁଖୀନଃ
ସର୍ବେ ସନ୍ତୁ ନିରାମୟା
ସର୍ବେ ଭଦ୍ରାଣୀ ପଶ୍ଯନ୍ତୁ
ମା କଶ୍ଚିତ୍ ଦୁଃଖଭାଗ୍ ଭବେତ୍
ଘନଶ୍ୟାମ ସାହୁ
ଯୁଗ୍ମ ସମ୍ପାଦକ--ତ୍ରିଧାରା ସାହିତ୍ୟ ସଂସଦ, ବଇଣ୍ଡ।,
ପୋ:ଅ: କିଶୋର ଗଞ୍ଜ, ଜିଲ୍ଲା-ଅନୁଗୋଳ,
ମୋବାଇଲ ନମ୍ବର --- ୯୪୩୭୬୬୪୫୩୭,
ପିନ୍ କୋଡ --- ୭୫୯୧୨୭
ସର୍ବେ ଭବନ୍ତୁ ସୁଖୀନ - ଘନଶ୍ୟାମ ସାହୁ
September 08, 2018
0