ପଙ୍କିଳ ଏଇ ଜିବନ ସର ରେ
ପଦ୍ମ ପାଖୁଡ଼ା ଟେ ଲୋଡ଼ା
ଉଠିିବା କୁ ଚାହିଁ ଖସି ମୁ ଚାଲିଛି
ପାଦରେ ମୋ ନାଡ଼ ଭିଡା। 1
ଉବୁଟବୁ ହୁଏ ମଝି ଗଣ୍ଡରେ ମୁଁ
ରାହା ଦିଶୁ ନାହିଁ କାହିଁ
ଅଣନିଶ୍ୱାସୀ ହୋଇ ପଡୁଛି ମୁଁ
ଆଉ ଶକ୍ତି ମୋ ଦେହେ ନାହିଁ। 2
କୁଳ ଉପରେ ବି ଶୁଭୁ ନାହିଁ ଆଉ
ସ୍ୱାର୍ଥ ମଣିଷର ଭିଡ଼
ବଞ୍ଚାଓ ବଞ୍ଚାଓ କହିକି ସମସ୍ତେ
ରହି ଥିଲେ ସବୁ ଦୂର।3
ଏ ଜଞ୍ଜାଳ ସରେ ବୁଡା ଉଠା ହୋଇ
ଆଖି ଯେ ଲୋହିତ ଛବି
ତଥାପି ଚାହୁଛି ସେ ରକ୍ତିମ ଚିରି
କାଳେ ମିଳି ଯିବ କେଉଁ ଚାବି।4
ତଥାପି ଖୋଜୁଛି କୁଟା ଖିଅ ଟିଏ
ଏ ସଂସାର ସ୍ରୋତ ଧାରେ
ଆଶରା ଟିକିଏ ପାଇ ଯାଆନ୍ତି ମୁଁ
ଲାଗି ଯାଆନ୍ତି ମୁଁ କୂଳେ।5
ଏ ବିରାଟ ଢେଉ ଟାଣି ନେଉଛି ଯେ
ପାଉ ନାହିଁ ଥଳ କୁଳ
ଅସହାୟ ମୁଁ ହୋଇ ପଡ଼ିଲେଣି
ପୁରି ଯିବ କାଳେ ମୋ ବେଳ।6
ତଥାପି ଏ ମନେ ଏବେ ବି ଜଳୁଛି
ଧିମା ଅଗ୍ନି ର ବେଦୀ
ସିଂହ ଗର୍ଜନ ଭୁଲି ନାହିଁ ମୁଁ
ବୁଡି ଯିବି ଏତେ ଜଲଦି।7
ହେଇ ପାରେ ମୁଁ ଶିଖି ନ ଥିଲି
ଏ ସ୍ରୋତେ ପହରିବା ସୂତ୍ର
ବୁଡି ଉଠି କେତେ ଡୁବୁକ ମାରି
ଖୋଜି ନେବି ଏହା ବାଟ।8
ପୁଣି ଉଠିବ ଧିମା ବେଦୀ ରୁ
ଅଗ୍ନି ର ମହା ଲାର୍ଭା
ପୁଣି ଖେଳିବ ଶତ ସିଂହ ବଳ
ପ୍ରତି ଶିରେ ହେବେ ଉଭା।9
ଯେତେ ବିଶାଳ ହୋଇ ଥାଉ ପଛେ
ଏ ଜୀବନ ର ପଙ୍କ ସର
ହାରି ଜୀବିନି ମୁଁ କେବେ ଓ କେଉଁଠି
ଏହା ହିଁ ମୋର ପଣ।10
ଶୁଭାଶିଷ ସେଠୀ
ମହାକାଳପଡ଼ା କେନ୍ଦ୍ରାପଡ଼ା