ବାତ୍ୟା ଜନିତ ଅସୁବିଧା କାରଣରୁ କ୍ଷୁଦ୍ରଗଳ୍ପ ଓ କବିତା ପ୍ରତିଯୋଗିତାର ଫଳାଫଳ ମେ - ୧୦ ତାରିଖ ପରିବର୍ତ୍ତେ ଚଳିତ ମାସ ୩୧ ତାରିଖ ସୁଧା ଘୋଷଣା କରାଯିବ । ଏବଂ ଚଳିତ ମାସ ୨୩ ତାରିଖ ଠାରୁ କବିର ଘର ପ୍ରସ୍ତୁତ "ଆଜିର ଅତିଥି" କାର୍ଯ୍ୟକ୍ରମର ସାପ୍ତାହିକ ପ୍ରସାରଣ ସେବା ଆରମ୍ଭ ହେବ । ଅନିଚ୍ଛାକୃତ ଅସୁବିଧା ନିମନ୍ତେ ଦୁଃଖିତ ।

ଜୟ ଗଣେଶ ନମଃ - ସରୋଜ କୁମାର ଜେନା

ଜୟ ଗଣେଶ ନମଃ - ସରୋଜ କୁମାର ଜେନା

ଆସ ଆସ ଗଣନାଥ ଏ ଧରାକୁ
କରୁଅଛୁ ଆବାହନ ,
ମାଗୁ ନାହୁଁ ଧନ ଜନ ଯଉବନ
ଦିଅ ଖାଲି ଦିବ୍ୟ ଜ୍ଞାନ ..।୧।
ଭାଦ୍ରବ ଶୁକ୍ଳ ପକ୍ଷ ଚତୁର୍ଥୀ ଦିନ
ଗଣେଶ ଚତୁର୍ଥୀ ଜାଣ ,
ଏ ଧରା ମଣ୍ଡଳେ ହୁଅ ଅବତୀର୍ଣ୍ଣ
ତୁମକୁ କରୁ ଦର୍ଶନ ...।୨।
ତୁମେ ଅଟ ବିଦ୍ୟା ଦାତା ,ଜ୍ଞାନ ଦାତା
ପ୍ରଭୁ ଗିରିଜା ନନ୍ଦନ ,
ତୁମରି ଆଶିଷେ ମୂର୍ଖ ହୁଏ ପଣ୍ଡିତ
ଜାଣିଛି ଜଗତ ଜନ ..।୩।
ଡଉଲ ଡାଉଲ ମୁହଁଟି ତୁମର
ତୁମେ ପ୍ରଭୁ ଲମ୍ବୋଦର ,
ଲଡ଼ୁ ଖାଇବାରେ ଏ ତେଜେ ସରାଗ
ହାତରେ ତୁମର ଧର ..।୪।
ମୂଷିକ ବାହନ ଧରି ଗଜାନନ
ବୁଲୁଚ ଵ୍ରହ୍ମାଣ୍ଡ ପୁର ,
ଘର ଅବା ବାହାର ଗାଁ ରୁ ସହର
ଶୁଭେ ତୁମ ଜୟ କାର ..।୫।
ଏକଦନ୍ତୀ ବଦନ ପାର୍ବତୀ ସୁତ
ଜଗିରହିଥିଲ ଦ୍ୱାର ,
ତ୍ରିଶୂଳ ଆଘତେ ,କାଟିଲେ ଶଙ୍କର
କଟିଥିଲା ତୁମ ଶିର ..।୬।
ଉତ୍ତର ଦିଗରୁ ହସ୍ତି ଉତ୍ତମାଙ୍ଗ
ଆଣି ଯୋଡ଼ିଲେ ଶଙ୍କର ,
ଜୀବନ୍ୟାସ ପାଇ ହୋଇଲ ବିଖ୍ୟାତ
ପ୍ରଭୁ ଗଣେଶ ଠାକୁର ..।୭।


ସରୋଜ କୁମାର ଜେନା,
ବାଲିଝରୀ, ନରସିଂହପୁର, କଟକ
ମୋ- ୮୦୧୮୫୨୬୫୩୬

0 Comments