ଜୟ ଜୟ ଗଣପତି - ପ୍ରଣତି ମହାପାତ୍ର

0
ଜୟଜୟ ଗଣପତି ଗଉରୀ ସୁପୁତ୍ର
ଶିବ ସୁତ ବିନାୟକ,
ବିଘ୍ନହର୍ତା ପୁଣି ତୁମେ ବିଘ୍ନେଶ୍ଵର,
ପାଦେ କୋଟି ପ୍ରଣିପାତ।
ଅଗ୍ରପୂଜ୍ୟ ତୁମେ ଅମ୍ବରୀଶ ଆହେ
ମହାବୀର ଗଜାନନ,
ତୁମେ ବକ୍ରତୁଣ୍ଡ ସିଦ୍ଧିବିନାୟକ
ବିଦ୍ୟାଦାତା ଦିଅ ଜ୍ଞାନ।
ସର୍ବ ଦେବାଦେବୀ ଆୟୂଧରେ ପ୍ରଭୁ
ତୁମେ ତ ବିଶ୍ଵବିଜୟୀ,
ଅଗ୍ରପୂଜ୍ୟ ସିଦ୍ଧିଦାତା ଶ୍ରୀଗଣେଶ
ଗଣପତି ଶୁଭଦାୟୀ।
ଲମ୍ବୋଦର ପ୍ରଭୁ ଗିରିଜା ନନ୍ଦନ
ସ୍ଵୟମ୍ଭୁ ସୁତ ପ୍ରଣାମ,
ମହାକାୟ ପ୍ରଭୁ ହେ ମହୋଦରାୟ
ଗଜ ବଦନାୟ ନମଃ।
ସିଦ୍ଧିଦାତା ପ୍ରଭୁ କାର୍ତ୍ତିକ ଭ୍ରାତାୟ
କାଳ ଜିତ ପ୍ରଭୁ ତୁମେ,
ମୂଷିକ ବାହାନ ଆହେ ଗଣପତି
ଭକ୍ତି ନିବେଦିଲୁ ଆମେ।
ଶିବସୁତ ତୁମେ ବିଶ୍ଵବିଜୟୀ
ମୂଷିକ ବାହାନ ସାଥେ,
ପିତା ମାତା ଚତୁର୍ପାଶେ କଲ
ଜୟଲାଭ ସତେ।
ସୁଖ ଶାନ୍ତିର ଚନ୍ଦନ ମଳୟେ
ଶାନ୍ତି ଲଭୁ ପ୍ରଭୁ ପୃଥ୍ବୀ,
ନମୁଛି ପୟର ଆହେ ଲମ୍ବୋଦର
ଚରଣେ କରେ ପ୍ରଣତି।


ପ୍ରଣତି ମହାପାତ୍ର,
ଫକୀରମୋହନ ନଗର, ବାଲେଶ୍ଵର

Post a Comment

0Comments
Post a Comment (0)