ବାତ୍ୟା ଜନିତ ଅସୁବିଧା କାରଣରୁ କ୍ଷୁଦ୍ରଗଳ୍ପ ଓ କବିତା ପ୍ରତିଯୋଗିତାର ଫଳାଫଳ ମେ - ୧୦ ତାରିଖ ପରିବର୍ତ୍ତେ ଚଳିତ ମାସ ୩୧ ତାରିଖ ସୁଧା ଘୋଷଣା କରାଯିବ । ଏବଂ ଚଳିତ ମାସ ୨୩ ତାରିଖ ଠାରୁ କବିର ଘର ପ୍ରସ୍ତୁତ "ଆଜିର ଅତିଥି" କାର୍ଯ୍ୟକ୍ରମର ସାପ୍ତାହିକ ପ୍ରସାରଣ ସେବା ଆରମ୍ଭ ହେବ । ଅନିଚ୍ଛାକୃତ ଅସୁବିଧା ନିମନ୍ତେ ଦୁଃଖିତ ।

ରାକ୍ଷୀ - ରାଜେନ୍ଦ୍ର ଗିରି

ରାକ୍ଷୀ - ରାଜେନ୍ଦ୍ର ଗିରି

କେତେ ଦିନ ଅବସାନେ
ଆସିଛି ରାକ୍ଷୀ ର ଲାଗନ
ଭାଇ ହାତେ ବାନ୍ଧି ବାକୁ ଖିଅଟେ
ଭଉଣୀ ର କେତେ ମନ ।।

ଏ ପୁଣ୍ୟ ତିଥେ ଜନମିଲେ
ବଳିଆ ଠାକୁର
ଭଉଣୀ ଆଜି ଲୋଡେ ଭାଇ ପାଇଁ
ଆଶିଷ ତାଙ୍କର ।।

କିଏ ବୁଝେ ମୂଲ ସୂତା ଖିଅର
ସେ ତ ଡୋରୀ ମମତାର
ଆହାଃ, କେତେ ପବିତ୍ର ଦିନଟି
ଆଜି ଏ ଧରା ଧାମର ।।

ଭାଇ ଆଜି କରେ ଶପଥ
ଚିର କାଳ ରଖିବ ଭଉଣୀର ମହତ
ସହି ବାଦ, ଅପମାନ
ରଖିବ ଭଉଣୀର ସ୍ବାଭିମାନ ।।

ଭିନ୍ନ ଦୃଷ୍ଟେ ନ ଦେଖ ନାରୀକୁ
ସେ ବି ବାନ୍ଧିଛି ରାକ୍ଷୀ ଆଉ କାହାକୁ
ସବୁ ଭାଇ ଯଦି ଆଜିକରିବେ ପଣ
ନିଶ୍ଚେ ଲିଭିବ ଭାରତୁ ପିଡ଼ିତାଙ୍କ ଚିହ୍ନ ।।


ରାଜେନ୍ଦ୍ର ଗିରି
ଭୋଗରାଇ, ବାଲେଶ୍ୱର
ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ,ବାଲେଶ୍ୱର
ଦୂରଭାଷ-୭୮୭୩୫୭୦୯୩୮

0 Comments