Information

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ନୂଆ ଋତୁ - ସିଦ୍ଧେଶ୍ଵର ତ୍ରିପାଠୀ

କୃଷ୍ନଚୂଡ଼ାର ରଙ୍ଗ ଦେଖିମୁଁ
ହୋଇ ପାରିଲିନି ଖୁସି
କଦମ୍ବ ଫୁଲଠୁ କାଦମ୍ବରି ଯାଏ
ସବୁ ଲାଗେ ମୋତେ ବାସି ।

ସାଧବ ବୋହୂକୁ ଦେଖିଥିଲି ଦିନେ
ଏବେ କାଶତଣ୍ଡି ଦେଖେ
ଝରା ସେଫାଳିଟା ଝରିଗଲା ବେଳେ
ମନ ହଜେ ତୁମ ପାଖେ ।

ନିର୍ମଳ ଆକାଶ ଶିଶିର ପରଷ
ହସେ ସିନା ଧାନ କ୍ଷେତ
ମୋ ମନ ଅରଣ୍ୟ ଭାରି ନିଛାଟିଆ
ଖାଲି ଅନ୍ଧକାର ପଥ ।

ଥରୁଥାଏ ଯେବେ ସଭିଙ୍କର ଦେହ
ମୋ ଦେହେ ଉଷ୍ମତା ଚିହ୍ନ
ଫଗୁ ଅବିରରେ ସଭିଏଁ ବିଭୋର
ମୁଁ ଗୋଟାଏ ରଙ୍ଗ ହିନ ।

ବଉଳେ ବଉଳ ଆସେ ଆମ୍ବ ବେଳ
କୋଇଲି ବି ଛାଡେ ଡାକ
ପଳାସ ହସିଲେ ମେଣ୍ଟି ପାରେନାହିଁ
ବାସ୍ନା ଭୋଗିର ଭୋକ ।

ସରିଲା ସମୟ ନେଉଛି ବିଦାୟ
ଆଉ କିଛି ଆଶା ନାହିଁ
ନୂଆ ଋତୁ ସାଜି ନିଶ୍ଚୟ ଆସିବ
ରହଲି ମୁଁ ବାଟ ଚାହିଁ ।


ସିଦ୍ଧେଶ୍ବର ତ୍ରିପାଠୀ
କୁଣ୍ଡିଲୋ, କେରଙ୍ଗ, ଖୋର୍ଦ୍ଧା
Phone- 8018646704

Post a Comment

0 Comments