କଳା-ପ୍ରେମର ରଙ୍ଗ - ସୁଜାତା ବେହେରା

କଳା-ପ୍ରେମର ରଙ୍ଗ - ସୁଜାତା ବେହେରା

ଆଖିରେ କଳା କଜ୍ଜଳ ର ଗାର
ଆଜି କାହିଁକି ଲାଗେ ଏତେ ସୁନ୍ଦର
ନିରବ ଅପେକ୍ଷା,
ଅନେଇ ରହିଚି ତୋ ଅାସିବା ବାଟକୁ।
କଳା ଘନକେଶ ର ଆଢୁଆଳ ରେ
ଲୁଚି ରହିଛି
କେତେ ଯେ ମିଠା ମିଠା ଛୁଆଁ ,
ତୋର ଚଗଲା ପ୍ରେମ ର॥
ନିରବ ଓଠରେ ଜମାଟ ବାଂଧିଚି,
ହ୍ରୁଦୟ ର କେତେ ଯେ କଥା,
ମନ କୁ ବିଭୋର କରି ଦିଏ,
ତୋ ଭାବନାରେ ହଜି ଯିବାକୁ॥
କଳା ରାତି ର ନିରବତା ରେ,
ଭରି ରହିଛି କେତେ ଯେ ନିଶା,
ମନକୁ ଆକୁଳ କରେ
ତୋ ସପନ ରେ ବୁଡି ଯିବାକୁ॥
କଳା ମେଘ ର ଆଗମନେ,
ମନେ ଖେଳିଯାଏ ଶିହରଣ କେତେ,
ନିରବ ନିଶ୍ୱାସ ରେ ବି ଭରିଯାଏ ତାତି,
ମନର ତୁଳି ରେ ଆଙ୍କି ହେଇଯାଏ,
ଝାପସା ପ୍ରେମ ର ଛବି॥

କଳା ସତେ ସେଇ ପ୍ରେମ ର ନିଆରା ରଙ୍ଗ,
ନିରବତା ପ୍ରେମ ର ଅକୁହା ଭାଷା॥


ସୁଜାତା ବେହେରା,
କାମାକ୍ଷା ନଗର, ଢେଙ୍କାନାଳ-୭୫୯୦୧୮

0 Comments