ତୁମ ପ୍ରତାରଣା ଅସହ୍ୟ ହେବାରୁ
ଜଳିଲି ମୁଁ ଅହରହ
ମନରୁ ତୁମକୁ କାଢ଼ିବା ପାଇଁକି
ଖୋଜିଲି କେତେ ଉପାୟ ।
ଧରିଲି ଯେବେ ମୁଁ ତୂଳୀ
ଚିତ୍ରଟିଏ ଆଙ୍କି ଶେଷରେ ଦେଖିଲି
ଅବିକଳ ତୁମ ଭଳି ।
ଭାବିଲି ଚିତ୍ରଠୁ ଦୁରେଇ ରହିବି
ଲେଖିବି ଗୋଟେ କବିତା
କବିତା ଲେଖିମୁଁ ପଢିଲା ବେଳକୁ
ସେତ ତୁମ ସ୍ମୁତି କଥା ।
ଗୀତ ପଦେ ଦେଲି ଗାଈ
ତୁମ କଣ୍ଠ ସ୍ୱର ମନେ ପଡିଗଲା
ଆଖି ପତା ଗଲା ନଇଁ ।
ନିତ୍ୟ ଅବିରତ ଏ ଆଖିରେ ଲୁହ
ଜମାରୁ କାହିଁ ସରୁନି
ଶତ ଚେଷ୍ଟାକରି ହାରି ମୁଁ ଯାଉଛି
ତୁମକୁ ଭୁଲି ପାରୁନି ।
ସିଦ୍ଧେଶ୍ବର ତ୍ରିପାଠୀ
କୁଣ୍ଡିଲୋ, କେରଙ୍ଗ, ଖୋରଧା
ତମକୁ ଭୁଲି ପାରୁନି - ସିଦ୍ଧେଶ୍ଵର ତ୍ରିପାଠୀ
September 20, 2018
0